fbpx

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଟିକେଟ୍ ପାଇଁ ଆବେଦନ ଆହ୍ୱାନ କରିଛି କଂଗ୍ରେସ, ଜାଣନ୍ତୁ କେତେ ଆର୍ଥ ରାଶି ଦେବେ ପ୍ରାର୍ଥୀ ?

ନୂଆଦିଲ୍ଲୀ: ଚଳିତ ବର୍ଷ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏଥିମଧ୍ୟରେ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆହ୍ୱାନ କରିଛି । ଏଥିସହ କଂଗ୍ରସ ନିଜ ପଦାଧିକାରୀଙ୍କୁ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକା ଅପଡେଟ୍ କରିବା ନେଇ ସୁନିଶ୍ଚିତ କରିବାକୁ କହିଛି ।

ମହାବିକାଶ ଅଘାଡ଼ିର ସହଯୋଗୀ ଦଳ କଂଗ୍ରେସ ଅକ୍ଟୋବର – ନଭେମ୍ବରରେ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଶନିବାର(ଜୁଲାଇ ୬) ଇଚ୍ଛୁକ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆମନ୍ତ୍ରଣ କରିଛି । ପ୍ରଦେଶ କଂଗ୍ରେସଙ୍କ ବୟାନ ଅନୁଯାୟୀ ସାମାନ୍ୟ ବର୍ଗ ପ୍ରାର୍ଥୀଙ୍କୁ ୨୦ ହଜାର ଟଙ୍କା, ମହିଳା ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗ ପ୍ରାର୍ଥୀଙ୍କୁ ୧୦ ହଜାର ଟଙ୍କା ପାର୍ଟି ପାଣ୍ଠିରେ ଜମା କରିବାକୁ ପଡ଼ିବ । ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଆବେଦନ ଜିଲ୍ଲା ୟୁନିଟରେ ଦାଖଲ କରିବାକୁ ପଡ଼ିବ । ଏହା ବ୍ୟତୀତ ଦଳ ଏହାର ପଦାଧିକାରୀଙ୍କୁ ଏହା ସୁନିଶ୍ଚିତ କରିବାକୁ କହିଛି ଯେ ସେମାନେ ସମ୍ବନ୍ଧିତ ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକା ଅପଡେଟ୍ କରିବା ସହ ଭୋଟର ତାଲିକାରେ ସେମାନଙ୍କ ନାଁ, ଠିକଣା ଆଦି ବିଷୟରେ ପରିବର୍ତ୍ତନ ଚାହୁଁଥିଲେ ସହଯୋଗ କରିବାକୁ କହିଛନ୍ତି । ନୂତନ ଭୋଟର/ ପ୍ରଥମ ଥର ଭୋଟରଙ୍କ ରେଜିଷ୍ଟ୍ରେସନକୁ ଗୁରୁତ୍ୱ ଦେବା ପାଇଁ ମଧ୍ୟ କହିଛନ୍ତି । କହିରଖୁଛୁ ମହାବିକାଶ ଅଘାଡ଼ିରେ କଂଗ୍ରେସ, ଶିବସେନା(ୟୁବିଟି) ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏସପି) ସାମିଲ ଅଛନ୍ତି ।

Get real time updates directly on you device, subscribe now.