fbpx

ରାଜ୍ୟରେ ପୁଣି ଆଖି ବୁଜିଲେ ୬୬ କରୋନା ସଂକ୍ରମିତ

ଭୁବନେଶ୍ୱର(ଓଡିଶା ଭାସ୍କର): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୨୮୯କୁ ବୃଦ୍ଧି ପାଇଛି । ଏହି ୬୬ ମୃତକଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲାରୁ ସର୍ବାଧିକ ୧୧ ଜଣ ଥିବା ବେଳେ କଟକ ଜିଲ୍ଲାରୁ ୧୦ ଓ ଢେଙ୍କାନାଳରୁ ୮ କଟକ ଜଣ ଅଛନ୍ତି। ଏହାଛଡ଼ା କେନ୍ଦ୍ରାପଡ଼ାରୁ ୭ ଜଣ, ଯାଜପୁର ଓ ଅନୁଗୁଳ ଜିଲ୍ଲାରୁ ୬ ଜଣ ଲେଖାଏଁ ମୃତକ ଥିବା ଜଣାଯାଇଛି। ଏଣେ ଭଦ୍ରକ ଜିଲ୍ଲାରୁ ୫ ଜଣ, ବାଲେଶ୍ବର ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ମୟୂରଭଞ୍ଜ, ନୟାଗଡ଼ ଓ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଏଁ ମୃତକ ରହିଛନ୍ତି।

ସୂଚନାଯୋଗ୍ୟ, ଆଜି ୯୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୩୧ ଓ ସ୍ଥାନୀୟ ଅଞ୍ଚଳରୁ ୩୮୦ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୪ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୮୨ ହଜାର ୨୪୫ ରହିଥିବା ବେଳେ ୯ ହଜାର ୪୯୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.