fbpx

ଫାଟିଲା ନନ୍ଦିଘୋଷ ଚକର ଅଖ: ପରିବର୍ତ୍ତନ ପାଇଁ ନିଆଗଲା ନିଷ୍ପତ୍ତି

ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରା ପାଇଁ ଜାରି ରହିଛି ପ୍ରସ୍ତୁତି । ରଥଖଳାରେ ଜୋର ସୋରରେ ଚାଲିଛି ରଥ ନିର୍ମାଣ । କିନ୍ତୁ ଏହାରି ମଧ୍ୟରେ ମହାପ୍ରଭୁଙ୍କ ରଥ ନିର୍ମାଣରେ ଦେଖାଦେଇଛି ତ୍ରୁଟି। ନନ୍ଦିଘୋଷ ରଥ ଚକର ଅଖରେ ଫାଟ ହୋଇଥିବା ଦେଖିବାକୁ ମିଳିଛି । ରଥ ସାମ୍ନା ପାର୍ଶ୍ୱରେ ଥିବା ଅଖରେ ଦଣ୍ଡା କଣ୍ଟା ପଡିବା ପରେ ତ୍ରୁଟି ପରିଲକ୍ଷିତ ହୋଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ସେପେଟ ଅଖକୁ ପରିବର୍ତ୍ତନ କରିବା ନେଇ ନିଷ୍ପତ୍ତି ନିଆଯାଇଛି। ଅଖ ନିର୍ମାଣ ହେବା ପରେ ତ୍ରୁଟିପୂର୍ଣ୍ଣ ଅଖ ବାହାର କରାଯିବା ସହ ନୂଆ ଅଖ ଲଗାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦିଘୋଷ ରଥର ବିଶ୍ୱକର୍ମା ମହାରଣା ବିଜୟ ମହାପାତ୍ର ।

ତେବେ ରଥ ଯାତ୍ରାକୁ ମାତ୍ର ଆଉ ଅଳ୍ପ ଦିନ ରହିଥିବାବେଳେ ରଥ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ଦିନରେ ସାରିବାକୁ ଲାଗିଯାଇଛନ୍ତି ମହାରଣା ସେବାୟତ । ସେପଟେ ମହାପ୍ରଭୁଙ୍କ ରଥ ଅଖରେ ଏବେ ଫାଟ ଦେଖା ଦେଇଯାଇଥିବା ଜଣାପଡ଼ିଛି । ରଥ ନିର୍ମାଣ ସମୟରେ ତ୍ରୁଟି ପରିଲିଖିତ ହୋଇଥିବାରୁ ହିଁ ରଥର ଅଖରେ ଫାଟ ପରିଲିକ୍ଷିତ ହୋଇଛି  । ସେପଟେ ଏହି ଅଖଟି ନନ୍ଦିଘୋଷ ରଥରେ ଲାଗିବ ନାହିଁ  । ବଂର ଏହାକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଛି  ।

Get real time updates directly on you device, subscribe now.