fbpx

ନକଲି ଔଷଧ ଜବତ ଘଟଣାରେ ହେବ କ୍ରାଇମବ୍ରାଞ୍ଚ ତଦନ୍ତ

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା କାଳରେ ନକଲି ଔଷଧ ଓ ସିରିଞ୍ଚ ଆଦି ବହୁ ପରିମାଣରେ ଜବତ ହେଉଥିବା ଘଟଣା ସାମ୍ନାକୁ ଆସୁଛି । ନିକଟରେ ଜବତ ହୋଇଥିବା ନକଲି ଔଷଧ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକରୁ ବିପୁଳ ନକଲି ଔଷଧ ଠାବ ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ନକଲି କରୋନା ଔଷଧ ଫାଭିପିରାଭିର ଠାବ ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।

କେବଳ ଫାଭିପିରାଭିର ନୁହେଁ ଏହା ସହିତ ଆଉ ୯ ପ୍ରକାର ଔଷଧ ଠାବ କରାଯାଇଥିଲା । ରାଉରକେଲା, ଝାରସୁଗୁଡା ଓ ବଲାଙ୍ଗିରରୁ ନକଲି ଔଷଧ ଠାବ ହୋଇଥିଲା ।

Get real time updates directly on you device, subscribe now.