ଭୁବନେଶ୍ୱର: ସ୍ନାତକୋତ୍ତର (ପିଜି) ନାମଲେଖା ପାଇଁ ଆସନ୍ତା ମାର୍ଚ୍ଚ ୧୩ରୁ ଆରମ୍ଭ ହେବ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି)। ଏପ୍ରିଲ୍ ୧ ଯାଏ ଏହି ପରୀକ୍ଷା ଚାଲିବ। ୧୫୭ ବିଷୟରେ ହେବ ପରୀକ୍ଷା। ମୋଟ୍ ୪୩ଟି ସିଫ୍ଟରେ ପରୀକ୍ଷା ହେବ। ଗୋଟିଏ ସିଫ୍ଟ ପରୀକ୍ଷା ୯୦ ମିନିଟ୍ର ହେବ। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ସୂଚନା ଦିଆଯାଇଛି।
ଏନ୍ଟିଏ ପକ୍ଷରୁ କୁହାଯାଇଛି, ସିୟୁଇଟି ପିଜି ପାଇଁ ମୋଟ ୪ ଲକ୍ଷ ୧୨ ହଜାର ୨୪ ଜଣ ଶିକ୍ଷାର୍ଥୀ ପଞ୍ଜୀକରଣ କରିଛନ୍ତି। ପରୀକ୍ଷା କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମୋଡ୍ରେ କରାଯିବ। ପ୍ରଶ୍ନ ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଆସିବ। ୪୧ଟି ଭାଷା ପରୀକ୍ଷା ସେହି ଭାଷାରେ କରାଯିବ। ସେହିପରି ଏମ୍ଟେକ୍ ଓ ହାୟର ସାଇନ୍ସର ପରୀକ୍ଷା ପାଇଁ ପ୍ରଶ୍ନ କେବଳ ଇଂରାଜୀରେ ଆସିବ।
ଆଚାର୍ଯ୍ୟ ପରୀକ୍ଷାର ସଂସ୍କୃତ ପେପରର ପ୍ରଶ୍ନ ସଂସ୍କୃତରେ ଆସିବ। ଭାରତୀୟ ଜ୍ଞାନ ସିଷ୍ଟମ୍ ଓ ବୌଦ୍ଧ ଦର୍ଶନର ପ୍ରଶ୍ନ ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଭାଷାରେ ଆସିବ। ହିନ୍ଦୁ ଷ୍ଟଡିଜ୍ ପେପରର ପ୍ରଶ୍ନ ହିନ୍ଦୀ ଓ ଇଂରାଜୀରେ ଆସିବ। ଏ ସଂପର୍କିତ ସମସ୍ତ ସୂଚନା ଏନ୍ଟିଏ ୱେବ୍ସାଇଟ୍ www.nta.ac.inରେ ରହିଛି। ତେବେ ଏହି ପରୀକ୍ଷା ଦେଶରେ ସମସ୍ତ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟ , ବିଭିନ୍ନ ରାଜ୍ୟ ବିଶ୍ବ ବିଦ୍ୟାଳୟ , ବେସରକାରୀ ବିଶ୍ବ ବିଦ୍ୟାଳୟମାନେ ଭାଗ ନେଇଛନ୍ତି।