fbpx

ବାଲେଶ୍ୱରରେ ପୁଣି କୋହଳ ହେଲା କର୍ଫ୍ୟୁ, ଲ୍ୟାଣ୍ଡଲାଇନରେ ମିଳିବ ଇଣ୍ଟରନେଟ ସୁବିଧା

Advertisement

ବାଲେଶ୍ୱର: ବାଲେଶ୍ୱର ସହଦେବ ଖୁଣ୍ଟା ଥାନା ଅଞ୍ଚଳରେ କଫ୍ରୁ୍ୟ କୋହଳ କରାଯାଇଛି । ସକାଳ ୫ଟାରୁ ରାତି ୯ଟା ଯାଏଁ କୋହଳ ହେଲା କର୍ଫ୍ୟୁ । ସେହିପରି ଟାଉନ୍ ଥାନା ଅଞ୍ଚଳରେ ସକାଳ ୫ଟାରୁ ଦିନ ୨ଟା ଯାଏଁ କର୍ଫ୍ୟୁ କୋହଳ । ଲିଜ୍ ଲାଇନ୍‌, ଲ୍ୟାଣ୍ଡ ଲାଇନ୍ ଓ ବ୍ରଡବ୍ୟାଣ୍ଡରେ ମିଳିବ ଇଣ୍ଟରନେଟ ସୁବିଧା । ଅନ୍ୟପଟେ ମୋବାଇଲରେ ଇଣ୍ଟରନେଟ ସେବା ଉପରେ କଟକଣା ବଳବତ୍ତର ରହିବ ।

ନିକଟରେ ବାଲେଶ୍ୱରରେ ଦେଖାଦେଇଥିବା ଗୋଷ୍ଠୀ ସଂଘର୍ଷରେ ଢେଲା ପଥର ମାଡ଼ରେ ସାଧାରଣ ଜନତା, ପୋଲିସ ଓ ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଥିଲେ । ଏହାପରେ ସମଗ୍ର ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କଫ୍ରୁ୍ୟ ଜାରି କରାଯାଇଥିଲା । କଫ୍ରୁ୍ୟ ଉଲ୍ଲଂଘନକାରୀଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା । ତେବେ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏଥିପାଇଁ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଉଛି ।

 

Get real time updates directly on you device, subscribe now.