fbpx

ଡାଇବେଟିସ ରୋଗିଙ୍କ ଆଣ୍ଠୁରେ ହୁଏ ଅଧିକ ଯନ୍ତ୍ରଣା : ଜାଣିନିଅନ୍ତୁ କିପରି ପାଇବେ ମୁକ୍ତି

Advertisement

ଭୁବନେଶ୍ୱର : ଖରାପ ଜୀବନଶୈଳୀ ଏବଂ ଖାଦ୍ୟପାନୀୟ ଦ୍ୱାରା ମଣିଷର ଶରୀରରେ ଅନେକ ଛୋଟ ବଡ଼ ରୋଗ ଘର କରି ଦିଅନ୍ତି । ଆଜିକାଲି ଓଜନ ବଢିବା, ଡାଇବେଟିସ୍‌, ଥାଇରଏଡ ଏବଂ ଉଚ୍ଚ ରକ୍ତଚାପର ବିମାରୀ ସାଧାରଣ ହୋଇଗଲାଣି । ଏହି ରୋଗ ଶରୀରରେ ପ୍ରଥମେ ଆଣ୍ଠୁ ଉପରେ ପ୍ରଭାବ ପକାଏ । ଏଥିଯୋଗୁଁ ବୁଲିବା-ଚାଲିବାରେ ଅସୁବିଧା ହୁଏ । ଡାଏଟରେ ନ୍ୟୁଟ୍ରିଏଟସ କମ ହେଲେ ଆଣ୍ଠୁରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ଏଥିପାଇଁ ଜରୁରୀ ଯେ ଆପଣ ନିଜ ଡାଏଟର ଅଧିକ ଯତ୍ନ ନିଅନ୍ତୁ । ବିଶେଷତଃ ଡାଇବେଟିସର ରୋଗିଙ୍କୁ ଅଧିକ ଆଣ୍ଠୁର ଦରଜ ହୋଇଥାଏ । ଏହି ସମସ୍ୟାକୁ ଦୂରେଇବା ପାଇଁ ଆପଣ ସ୍ୱତନ୍ତ୍ର ଉପାୟ ଆପଣାଇ ସହଜରେ ମୁକ୍ତି ପାଇ ପାରିବେ ।

କିପରି ପାଇବେ ଏହି ଯନ୍ତ୍ରଣାରୁ ମୁକ୍ତି :

ଡାଏଟରେ କ୍ୟାଲସିୟମ ଏବଂ ପ୍ରୋଟିନକୁ ସାମିଲ କରନ୍ତୁ :

ଡାଏଟରେ ଅଧିକରୁ ଅଧିକ କ୍ୟାଲସିୟମ ଏବଂ ପ୍ରୋଟିନ ସାମିଲ କରନ୍ତୁ । ଏପରି କରିବା ଦ୍ୱାରା ଆପଣ ଆଣ୍ଠୁ ଏବଂ ପାଦର ଦରଜରୁ ମୁକ୍ତି ପାଇ ପାରିବେ ।

ସବୁଜ ପରିବା ବା କୋବି-ବ୍ରୋକଲି ଖାଆନ୍ତୁ :
ଶରୀରରେ ପୀଡା ବା ଆଣ୍ଠୁରେ ଦରଜ ଠାରୁ ବଞ୍ଚିବା ପାଇଁ ଅଧିକ ସବୁଜ ପରିବା, କୋବି ଏବଂ ବ୍ରୋକଲି ଖାଆନ୍ତୁ, ଏହା ଦ୍ୱାରା ଆପଣଙ୍କ ଶରୀରରେ ପୀଡା କମ ହୋଇଯିବ । ଏହା ସହ ହାଡ ମଧ୍ୟ ମଜବୁତ ହୋଇଯିବ ।

ଖଟା ଏବଂ ଭିଟାମିନ ସିରେ ଭରପୂର ଫଳ ଖାଆନ୍ତୁ :
କେତେକ ଫଳକୁ ଖାଇବା ଦ୍ୱାରା ଆଣ୍ଠୁର ଦରଜ କମି ଯାଏ । ସନ୍ତରା, ଷ୍ଟ୍ରବେରୀ ଏବଂ ଚେରୀ ଭଳି ଫଳରେ ଭିଟାମିନ ସି ଥାଏ ଏବଂ ଲାଇକୋପିନ ଭଳି ନ୍ୟୁଟ୍ରିଏଟସ ମିଳେ ଯାହା ଦ୍ୱାରା ଆଣ୍ଠୁ ଦରଜ କମ ହୋଇଥାଏ ।

ଅଦା ଏବଂ ହଳଦୀ : ଅଦା ଏବଂ ହଳଦୀରେ ଏଣ୍ଟି-ଇଫ୍ଲେମେଟରୀ ଗୁଣ ରହିଥାଏ । ଯାହା ଆପଣଙ୍କ ଶରୀର ଏବଂ ଆଣ୍ଠୁର ଦରଜକୁ ଠୋକ କରିଥାଏ । ଯଦି ଆପଣଙ୍କ ଶରୀରରେ ବା ଆଣ୍ଠୁ୍ଠରେ ଅଧିକ ପୀଡା ହେଉଛି, ତେବେ ଆପଣ କାଢା ବନାଇ ପିଅନ୍ତୁ । କାଢାକୁ ପିଇବା ଦ୍ୱାରା ଆପଣଙ୍କ ଦରଜ କମ ହୋଇଯିବ ।

Get real time updates directly on you device, subscribe now.