ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀରେ ଆୟୋଜିତ ହେବ CBSE ବୋର୍ଡ଼ ପରୀକ୍ଷା ୨୦୨୫ । ଏଥିପାଇଁ ଚଳିତ ବର୍ଷ ଡିସେମ୍ବରରେ ଡେଟ୍ ସିଟ୍ ପ୍ରକାଶ ପାଇବ । ଏହି ବୋର୍ଡ଼ ପରୀକ୍ଷା ପାଇଁ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି । CBSE ବୋର୍ଡ଼ ପରୀକ୍ଷା ୨୦୨୫ ପାଇଁ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ସୁବିଧା ପ୍ରଦାନ କରାଯିବ ।
ଆଜିକାଲି ଡାଇବେଟିସ୍(ମଧୁମେହ) ଏକ ସାଧାରଣ ସମସ୍ୟା ଭାବେ ଉଭା ହୋଇଛି । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଡାଇବେଟିସରେ ପୀଡ଼ିତ । ଏହାକୁ ଦୃଷ୍ଟିରେ ରଖି ସିବିଏସଇ ବୋର୍ଡ଼ ପରୀକ୍ଷା ସମୟରେ ମଧୁମେହରେ ପୀଡ଼ିତ ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ସୁବିଧା ପ୍ରଦାନ କରୁଛି । ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଚାପଗ୍ରସ୍ତ ମାହୋଲରେ ମଧୁମେହ ପରିଚାଳନା କରିବାରେ ସହାୟକ ହେବ । ସିବିଏସଇ ବୋର୍ଡ଼ ଦ୍ୱାରା ମଧୁମେହ ଛାତ୍ରଛାତ୍ରୀଙ୍କୁ ନିମ୍ନଲିଖିତ ସୁବିଧା ପ୍ରଦାନ କରାଯିବ ।
୧. ଅତିରିକ୍ତ ସମୟ: ମଧୁମେହ ପୀଡ଼ିତ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଅତିରିକ୍ତ ସମୟ ଦିଆଯିବ । ଏହି ସମୟରେ ସେମାନେ ନିଜ ଔଷଧ ଏବଂ ଇନସୁଲିନ୍ ଯାଞ୍ଚ୍ କରିପାରିବେ ।
୨. ମେଡିକାଲ ସୁବିଧା: ସମସ୍ତ ସିବିଏସଇ ପରୀକ୍ଷା କେନ୍ଦ୍ରରେ ମେଡିକାଲ ସୁବିଧା ଉପଲବ୍ଧ କରାଯିବ । ଜରୁରୀକାଳୀନ ପରିସ୍ଥିର ମୁକାବିଲା କରିବା ପାଇଁ ଏହା ସହାୟକ ହେବ ।
୩. ରିଫ୍ରେଶମେଣ୍ଟ: ବୋର୍ଡ଼ ପରୀକ୍ଷା ସମୟରେ ମଧୁମେହ ପୀଡ଼ିତ ଛାତ୍ରଛାତ୍ରୀଙ୍କ ପାଇଁ ସ୍ନାକ୍ସ ଏବଂ ପେୟ(ରିଫ୍ରେଶମେଣ୍ଟ) ସୁବିଧା ରହିବ । ଏହା ଦ୍ୱାରା ସେମାନଙ୍କ ରକ୍ତଶର୍କରା ସ୍ତର ନିୟନ୍ତ୍ରିତ ରହିବାରେ ସହାୟକ ହେବ ।
୪. ବିଶେଷ ସହାୟତା: କୌଣସି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଲେ ସେମାନଙ୍କୁ ପାଠକ କିମ୍ବା ଲେଖକଙ୍କ ବିଶେଷ ସୁବିଧା ପ୍ରଦାନ କରାଯିବ ।