fbpx

ରାତିରେ ଜମାବି କରନ୍ତୁନି ଏହି ଭୁଲ୍: ରାଗିଯିବେ ମା’ ଲକ୍ଷ୍ମୀ, ହୋଇଯିବେ କାଙ୍ଗାଳ

Advertisement

ମା’ ଲକ୍ଷ୍ମୀ ସବୁବେଳେ ପ୍ରସନ୍ନ ରହିଥାନ୍ତି । ଯେଉଁ ଭକ୍ତମାନେ ସହୃଦୟରୁ ମା’ ଲକ୍ଷ୍ମୀଙ୍କ ପୂଜା କରନ୍ତି, ତାଙ୍କୁ ସମସ୍ତ ଖୁସି ଦେଇଥାନ୍ତି ମା । କିନ୍ତୁ ଅନେକ ଥର କିଛି ଭୁଲ ଯୋଗୁଁ ମା’ ଲକ୍ଷ୍ମୀ ଆମ ଉପରେ ରାଗିଯାଆନ୍ତି ।

– ମା ଲକ୍ଷ୍ମୀଙ୍କ କାରକ ରଙ୍ଗ ଧଳା । ପୂଜା ସମୟରେ ଧଳା ରଙ୍ଗର ଖାଦ୍ୟ ସାମଗ୍ରୀ ଅର୍ପଣ କରାଯାଏ । ରାତିରେ କ୍ଷୀର ବ୍ୟତୀତ କିଛି ଧଳା ଜିନିଷ ଖାଇଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇପାରନ୍ତି । ରାତିରେ ଖାଦ୍ୟରେ କଦଳୀ ଅନ୍ତର୍ଭୂକ୍ତ କରିବା ଉଚିତ୍ ନୁହେଁ । ଆପଣ କ୍ଷୀର ପିଇପାରିବେ । ମୂଳା, ଚାଉଳ ଓ ସାଗୁର ବ୍ୟବହାର କରିବା ଉଚିତ୍ ନୁହେଁ । ରାତି ସମୟରେ ଚାଉଳ ଓ ସାଗୁର ବ୍ୟବହାର ନକରିବାକୁ ଶାସ୍ତ୍ରରେ କୁହାଯାଇଛି ।

– କୁହାଯାଏ ଯେ ରାତିରେ କିଛି ଭୁଲ ହେତୁ ମା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ରାତି ସମୟରେ ନଖ ଓ କେଶ କାଟିବା ନିଷେଧ । ରାତିରେ ନଖ ଓ କେଶ କାଟିବା ଦ୍ୱାରା ମା’ଲକ୍ଷ୍ମୀ ବିରକ୍ତ ହୋଇଥାନ୍ତି ।

– ରାତିରେ ହଲଦି, ଲୁଣ ଓ ଖଟା ଭଳି ଜିନିଷ ସହ ଖିର ଦାନ କରିବା ଉଚିତ୍ ନୁହେଁ । ମା’ ଲକ୍ଷ୍ମୀ ଏଥିରେ ରାଗିଯାଇ ଘରଛାଡ଼ି ଯାଇପାରନ୍ତି ।

– ଏହା ବ୍ୟତୀତ ବି ରାତିରେ ଅନେକ ଭୁଲ୍ କରିବା ଦ୍ୱାରା ମା’ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ରାତିରେ ଝୁଡୁ କରିବା ବା ଓଳାଇବା ଉଚିତ୍ ନୁହେଁ । ପରିଷ୍କାର ଥିବା ଘରେ ମା’ ସେହି ଘରେ ରୁହନ୍ତି । ଝାଡ଼ୁକୁ ମା’ ଲକ୍ଷ୍ମୀଙ୍କ ପ୍ରତୀକ ଭାବେ ବିବେଚନା କରାଯାଏ । ସୂର୍ଯ୍ୟାସ୍ତ ସମୟରେ ଭୁଲରେ ବି ଘରେ ଝାଡ଼ୁ ଲଗାଇବା ଉଚିତ୍ ନୁହେଁ । ମା’ ଲକ୍ଷ୍ମୀ ଘରୁ ଚାଲିଯାଆନ୍ତି ଓ ପରିବାର ଲୋକେ କାଙ୍ଗାଳ ହୋଇଥାନ୍ତି ।

 

Get real time updates directly on you device, subscribe now.