ଭୁଲରେ ବି ଘରେ ଲଗାନ୍ତୁନି ଏହି ଗଛ, ହୋଇାପାରେ ପରିବାରର ସୁଖ-ଶାନ୍ତି ନଷ୍ଟ

ଅନେକ ସମୟରେ ଘରକୁ ସଜାଇବା ପାଇଁ ଏପରି କିଛି ଜିନିଷ ପ୍ରୟୋଗ କରିଥାଉ, ଯାହା ଘରେ ବାସ୍ତୁ ତ୍ରୁଟି ସୃଷ୍ଟି କରିଥାଏ  । ଏଥି ସହିତ, ଏହା ପରିବାରର ସୁଖ ଏବଂ ଶାନ୍ତି ନଷ୍ଟ କରିଥାଏ । ବାସ୍ତଶାସ୍ତ୍ରରେ ଘରେ ଏବଂ ଘର ବାହାରେ କେଉଁ ପ୍ରକାରର ଗଛ ଲଗାଇବା ଉଚିତ ସେ ବିଷୟରେ ଅନେକ କଥା ଉଲ୍ଲେଖ କରାଯାଇଛି  । କିନ୍ତୁ ଏସବୁ ନଜାଣି ଗଛ ଲଗାଇବା ଦ୍ୱାର ଆମେ ନିଜ ପାଇଁ ସମସ୍ୟା ସୃଷ୍ଟି କରୁ । ତେବେ ଆସନ୍ତ ଜାଣିବା ବିଶେଷଜ୍ଞଙ୍କ ଅନୁଯାୟୀ ଘରେ କେଉଁ ପ୍ରକାରର ଗଛ ଲଗାଇବା ଉଚିତ୍ ନୁହେଁ।

–              ବାସ୍ତୁଶାସ୍ତ୍ର ଅନୂଯାୟୀ ଘର ଭିତରେ କଣ୍ଟାଜାତୀୟ ଗଛ ଲଗାଇବାକୁ ବାରଣ କରାଯାଇଛି  । କ୍ୟାକଟସ୍, ନାଗଫେଣୀ ଇତ୍ୟାଦି ଗଛକୁ ଘର ଭିତରେ ଲଗାଯିବା ଉଚିତ୍ ନୁହେଁ  । ଏହି ଉଦ୍ଭିଦଗୁଡ଼ିକ ନକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ  । ଏହାକୁ ଘରେ ରଖିବା ମାତ୍ରେ ଘରର ସୁଖ ଏବଂ ଶାନ୍ତି ନଷ୍ଟ ହୋଇଥାଏ ।

–              କିଛି ଲୋକ ଘର ଭିତରେ ମେହେନ୍ଦି ଗଛ ଲଗାଇଥାନ୍ତି । କିନ୍ତୁ ଏହି ଗଛ ଲଗାଇବା ବାସ୍ତୁଶାସ୍ତ୍ରରେ ଅଶୁଭ ବୋଲି କୁହାଯାଇଛି ।  ବିଶ୍ୱାସ କରାଯାଏ ଯେ ନକାରାତ୍ମକ ଶକ୍ତି ଶୀଘ୍ର ଏହି ଗଛ ପ୍ରତି ଆକର୍ଷିତ ହୁଏ  । ଏଭଳି ପରିସ୍ଥିତିରେ ଏହାର ଖରାପ ପ୍ରଭାବ ଘରର ସଦସ୍ୟମାନଙ୍କ ଉପରେ ଦେଖିବାକୁ ମିଳେ ।

–              ଘରର ମୁଖ୍ୟ ଦ୍ୱାର କିମ୍ବା ବାଲକୋନୀରେ ଲେମ୍ବୁ ଗଛ ଲଗାଯିବା ଉଚିତ୍ ନୁହେଁ  । ଘରଠାରୁ କିଛି ଦୂରରେ ଆପଣ ଲେମ୍ବୁ ଗଛ ଲଗାଇପାରିବେ ।