ଶିକ୍ଷକ ହେବାକୁ ଚାହାଁନ୍ତି କି ? OSSSC ର ୱେବସାଇଟରେ ଏହିପରି ଭାବରେ କରନ୍ତୁ ଆବେଦନ
ରାଜ୍ୟରେ ବିଭିନ୍ନ ଶିକ୍ଷକ ପଦବୀରେ ହେବ ନିଯୁକ୍ତି, ଆରମ୍ଭ ହୋଇଛି ପଞ୍ଜୀକରଣ, ଏପରି କରନ୍ତୁ ଆବେଦନ
ଭୁବନେଶ୍ୱର : ଓଡି଼ଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକସନ କମିଶନ (OSSSC) ବିଭିନ୍ନ ଶିକ୍ଷାଦାନରେ ପଦବୀରେ ନିଯୁକ୍ତି ଦେବା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି। ଶିକ୍ଷକ ହେବାକୁ ଇଚ୍ଛା କରୁଥିବା ପ୍ରାର୍ଥୀମାନେ ଅଫିସିଆଲ୍ OSSSC ର ୱେବସାଇଟ୍ ossc.gov.in ଭଜିଟ୍ କରି ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ବିଭାଗରେ ମୋଟ ୨,୬୯୬ ଟି ପଦବୀ ପୂରଣ ହେବ। ପ୍ରାର୍ଥୀମାନେ ଆବେଦନ ୱିଣ୍ଡୋ ବନ୍ଦ ହେବା ପୂର୍ବରୁ ନିଜ ନିଜର ଆବେଦନ ଫର୍ମ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୩୧ ଜାନୁୟାରୀ ପର୍ଯ୍ୟନ୍ତ ନିଜର ଆବେଦନ ଫର୍ମ ଦାଖଲ କରିପାରିବେ। ଯଦିଓ ପଞ୍ଜୀକରଣ ୱିଣ୍ଡୋ ୨୨ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ ଖୋଲା ରହିବ।
ଯୋଗ୍ୟତା ମାନଦଣ୍ଡ:
ଓଡିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକସନ କମିଶନ (OSSSC) ଶିକ୍ଷକ ନିଯୁକ୍ତିର ବିଭିନ୍ନ ପଦବୀ ପାଇଁ ବିଭିନ୍ନ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି। ତେଣୁ ଆବେଦନ କରିବା ପୂର୍ବରୁ ଆପଣ ଏହାର ସମ୍ପୂର୍ଣ୍ଣ ସୂଚନା ଅଫିସିଆଲ୍ ୱେବସାଇଟ୍ osssc.gov.in ରେ ଯାଞ୍ଚ କରିବା ଜରୁରୀ।
ଚୟନ ପ୍ରକ୍ରିୟା:
ଓଡିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକସନ କମିଶନ (OSSSC) ର ଶିକ୍ଷକ ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କୁ କୋରିଟାନିକାଲ ପରୀକ୍ଷାରେ ହାଜର ହେବାକୁ ପଡ଼ିବ। ଏହାକୁ ପାସ୍ କରିଥିବା ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ। ଏହା ପରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ।
ଆବେଦନ ପ୍ରକ୍ରିୟା:
ଓଡିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକସନ କମିଶନ (OSSSC) ର ଶିକ୍ଷକ ନିଯୁକ୍ତି ପାଇଁ ସର୍ବପ୍ରଥମେ ଆପଣଙ୍କୁ ଅଫିସିଆଲ୍ ୱେବସାଇଟ୍ ossc.gov.in ଭିଜିଟ୍ କରିବାକୁ ପଡିବ। ଏଠାରେ ହୋମପେଜରେ, ‘Recruitment News’ ଉପରେ କ୍ଲିକ୍ କରନ୍ତୁ। ଏହା ପରେ ଦିଆଯାଇଥିବା ଆବେଦନ ଲିଙ୍କରେ କ୍ଲିକ୍ କରନ୍ତୁ ଏବଂ ଆବଶ୍ୟକ ବିବରଣୀ ପୁରଣ କରନ୍ତୁ। ଏହାପରେ ନିଜର ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ଓ ଏହାପରେ ସବମିଟ୍ କରନ୍ତୁ।
କିପରି କରିବେ ଆବେଦନ:
ଅଫିସିଆଲ୍ ୱେବସାଇଟ୍ osssc.gov.in କୁ ଯାଆନ୍ତୁ
Online Apply ଟ୍ୟାପ୍ ଉପରେ କ୍ଲିକ୍ କରନ୍ତୁ
ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପ୍ଲୋଡ୍ କରନ୍ତୁ
ଆବେଦନ ଶୁଳ୍କ ଦିଅନ୍ତୁ
‘Submit’ ବଟନ୍ରେ କ୍ଲିକ୍ କରନ୍ତୁ
ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ ।