fbpx

ଡୋନାଲ ଟ୍ରମ୍ପଙ୍କ ବିରୋଧରେ ୩୪ଟି ମାମଲା ରୁଜ୍ଜୁ, ଜାଣନ୍ତୁ ଏବେ ସେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିପାରିବେ କି ନାହିଁ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା କୋର୍ଟ ୩୪ଟି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେ ଆମେରିକାରେ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଆସିଛନ୍ତି । ତାଙ୍କୁ ଅନେକ ଅପରାଧୀ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । କେସ ଆରମ୍ଭରୁ ଡୋନାଲ୍ଡ ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ ବୋଲି କହୁଥିଲେ ଏବଂ ଦୋଷୀ ସାବ୍ୟସ୍ତ ହେବା ପରେ ସେ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛନ୍ତି ।

ନଭେମ୍ବରରେ ଆମେରିକାରେ ନିର୍ବାଚନ ହେବାକୁ ଯାଉଛି ଏବଂ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପଦବୀ ପାଇଁ ରିପବ୍ଲିକାନ ପାର୍ଟୀର ପ୍ରାର୍ଥୀ ଭାବେ ଠିଆ ହୋଇଛନ୍ତି । ଏଥିରେ ପ୍ରଶ୍ନ ଉଠୁଛି ଯେ, କଣ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହେବା ପରେ ନିର୍ବାଚନ ଲଢିପାରିବେ । ତାଙ୍କୁ କେତେ ବର୍ଷ ଦଣ୍ଡ ମିଳିବ ଏବଂ ଯଦି ଟ୍ରମ୍ପଙ୍କୁ ଜେଲ ପଠାଯିବ ତେବେ ଏହା ନିର୍ବାଚନ ପ୍ରଚାର ଉପରେ କେଉଁ ପ୍ରଭାବ ପକାଇବ ।

ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ହେଲେ ତାଙ୍କ ଦଣ୍ଡକୁ ନେଇ କୌଣସି ଘୋଷଣା ହୋଇନାହିଁ । ଦଣ୍ଡ ର ଘୋଷଣା ୧୧ ଜୁଲାଇରେ ହେବାକୁ ଯାଉଛି । ଆଇନ ହିସାବରେ ତାଙ୍କୁ ନ୍ୟୁନତମ ଚାରି ବର୍ଷର ଦଣ୍ଡ ମିଳିବ । ଦଣ୍ଡବିଧିର ଘୋଷଣା ରିପବ୍ଲିକାନ ପାର୍ଟୀର ଅଧିବେଶନର ଠିକ୍ ପୂର୍ବରୁ ହେବ ।

ଆମେରିକା ଆଇନ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ମଧ୍ୟ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିପାରିବେ । ନିଷ୍ପତ୍ତି ଶୁଣାଯିବା ପରେ ତୁରନ୍ତ ଟ୍ରମ୍ପଙ୍କ କ୍ୟାପେନ ଟିମ୍ ପାଣ୍ଠି ସଂଗ୍ରହ ପାଇଁ ଏକ ଆବେଦନ ଜାରି କରିଛନ୍ତି ଯେଉଁଥିରେ ଟାଇଟେଲରେ ମୁଁ ଏକ ରାଜନୈତିକ ବନ୍ଦୀ ବୋଲି କୁହାଯାଇଛି । ଏଥିସହ ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ସେ ଶୁକ୍ରବାର ଦିନ ସାମ୍ବାଦିକ ସମ୍ମିଳନୀ କରିବେ ।

Get real time updates directly on you device, subscribe now.