ଭୁଲରେ ଘରରର ଆଲମାରୀ ନିକଟରେ ରଖନ୍ତୁ ନାହିଁ ଏହି ଜିନିଷ: ନଚେତ୍ ଆପଣ ହୋଇପାରନ୍ତି ଦରିଦ୍ର

ହିନ୍ଦୁ ଧର୍ମରେ ଅନେକ ପୁରାଣ ଶାସ୍ତ୍ର ରହିଛି । ଯାହା ମାଧ୍ୟମରେ ଆମେ ଅନେକ କିଛି କଥା ଜାଣିପାରିଥାଉ । ତେବେ ଏହି ପୁରାଣ ଶାସ୍ତ୍ର ସହିତ ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ମଧ୍ୟ ରହିଛି । ଜ୍ୟୋତିଷ ଶାସ୍ତ୍ରରେ ଆମେ ଯେପରୀ ବ୍ୟକ୍ତିଙ୍କ ଭାଗ୍ୟ ଭବିଷ୍ୟ ବିଷୟରେ ଜାଣିପାରୁ ଠିକ୍ ସେହିପରି ବାସ୍ତୁ ଶାସ୍ତ୍ର ମାଧ୍ୟମରେ ଆମେ ଘରର ସବୁ ଶୁଭ ଅଶୁଭ କଥା ବିଷୟରେ ମଧ୍ୟ ଜାଣିପାରୁ । ତେଣୁ ଏହି ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର କିଛି ଏଭଳି ଜିନିଷ ଅଛି ଯାହା ଘରର ଆଲମାରୀ ନିକଟରେ ରଖିବା ଆଦୌ ଉଚିତ୍ ନୁହେଁ । ତେବେ ଆପଣ ଯଦି ସେହି ଜିନିଷକୁ ଆଲମାରୀ ନିକଟରେ ରଖିବେ ତେବେ ଆପଣ ଦରିଦ୍ର ହେବାର ଅନେକ ଆଶଙ୍କା ରହିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ।

ଛାଞ୍ଚୁଣି( ଝାଡୁ): ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ଆଲମାରୀ ନିକଟରେ କେବେ ବି ଛାଞ୍ଚୁଣି ରଖନ୍ତୁ ନାହିଁ । କାରଣ ଆଲମାରୀ ନିକଟରେ ଛାଞ୍ଚୁଣୀ ରଖିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡି ନଥାଏ । ଯେଉଁ କାରଣରୁ ଧନ ହାନି ହୋଇଥାଏ ।

କଳା ରଙ୍ଗର କପଡା: କଳା ରଙ୍ଗର କପଡାକୁ ବାସ୍ତୁ ଶାସ୍ତ୍ରରେ ଅଶୁଭ ବୋଲି କୁହାଯାଇଥାଏ । ତେଣୁ କେବେବି କଳା କପଡାକୁ ଘରର ଆଲମାରୀ ନିକଟରେ ରଖନ୍ତୁ ନାହିଁ । ଏଥିସହିତ ଏହି କଥା ପ୍ରତି ଧ୍ୟାନ ରଖିବେ ଯେ ଆପଣ ନିଜର ଟଙ୍କା କିମ୍ବା ଗହଣାକୁ କଳା ପଡାରେ ଗୁଡାଇ ରଖିବେ ନାହିଁ । ଆଲମାରୀରେ ଟଙ୍କା କିମ୍ବା ଗହଣାକୁ ସର୍ବଦା ନାଲି କପଡାରେ ଗୁଡାଇ ରଖନ୍ତୁ ।

ଅଇଁଠା ବାସନ: କିଛି ଲୋକ ଯେଉଁଠି ଖାଆନ୍ତି ସେଇଟି ହିଁ ଅଇଁଠା ବାସନ ରଖି ଦିଅନ୍ତି । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ କେବେବି ଆଲମାରୀ ନିକଟରେ ଅଇଁଠା ବାସନ ରଖନ୍ତୁ ନାହିଁ । ଏଥିସହିତ ଅଇଁଠା ହାତରେ ମଧ୍ୟ ଆଲମାରୀ ଖୋଲନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ଧନ ହାନି ହୋଇଥାଏ ।

ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ର ଆଲମାରୀ ନିକଟରେ ଏହି ସବୁ ଜିନିଷ ରଥିବା ଠାରୁ ଦୂରେଇ ରୁହନ୍ତୁ ଏଥି ସହିତ ମା ଲକ୍ଷ୍ମୀଙ୍କୁ ଶନ୍ତୁଷ୍ଟ ରଖନ୍ତୁ ।