fbpx

ହରି ଶୟନ ଏକାଦଶୀ ଦିନ ତୁଳସୀ ସହ ଜଡ଼ିତ ଏହି ଭୁଲ କରନ୍ତୁ ନାହିଁ, ମାତା ଲକ୍ଷ୍ମୀ ହୋଇଥାନ୍ତି ରୁଷ୍ଟ

ଓଡ଼ିଶା ଭାସ୍କର: ଚଳିତ ବର୍ଷ ଜୁଲାଇ ୧୭ରେ ହରି ଶୟନ ଏକାଦଶୀ । ଏହି ଦିନ ଠାରୁ ଚାତୁର୍ମାସ ଆରମ୍ଭ ହୋଇଥାଏ । ଶ୍ରୀ ବିଷ୍ଣୁ ୪ ମାସ ପର୍ଯ୍ୟନ୍ତ ଗଭୀର ନିଦ୍ରାରେ ଚାଲିଯିବେ । ଏହି ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ ନିଷିଦ୍ଧ ଅଟେ । ଶ୍ରୀ ହରିଙ୍କୁ ତୁଳସୀ ଅତ୍ୟନ୍ତ ପ୍ରିୟ । ଏହି ଦିନ ସନ୍ଧ୍ୟାରେ ତୁଳସୀ ଗଛ ନିକଟରେ ଘିଅ ଦୀପ ଜାଳନ୍ତୁ । ତୁଳସୀ ଗଛ ମୂଳେ ଅଧିକରୁ ଅଧିକ ସମୟ ବିତାଇବା ସହ ମାତା ଲକ୍ଷ୍ମୀଙ୍କ ମନ୍ତ୍ର ଜାପ କରନ୍ତୁ । ଏହା ଦ୍ୱାରା ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇଥାଏ । ହରି ଶୟନ ଏକାଦଶୀ ଦିନ ତୁଳସୀ ସହ ଜଡ଼ିତ ଏହି ଭୁଲ କରନ୍ତୁ ନାହିଁ ।

୧. ତୁଳସୀ ଗଛରେ ମାତା ଲକ୍ଷ୍ମୀଙ୍କ ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ଦିନ ମାତା ଲକ୍ଷ୍ମୀ ନିର୍ଜଳା ବ୍ରତ ରଖିଥାନ୍ତି । ତେଣୁ ଏକାଦଶୀ ଦିନ ତୁଳସୀକୁ ଜଳ ଅପର୍ଣ କରନ୍ତୁ ନାହିଁ । ଏହା ଦ୍ୱାରା ମାତା ଲକ୍ଷ୍ମୀଙ୍କ ବ୍ରତ ଭଙ୍ଗ ହୋଇଥାଏ ।

୨. ଏକାଦଶୀ ଦିନ ତୁଳସୀ ପତ୍ର ଛିଡ଼ାନ୍ତୁ ନାହିଁ । ଆବଶ୍ୟକ ଥିଲେ ତୁଳସୀ କିଣି ଆଣନ୍ତୁ କିମ୍ବା ଗୋଟିଏ ଦିନ ପୂର୍ବରୁ ତୁଳସୀ ପତ୍ର ଛିଡ଼ାଇ ରଖନ୍ତୁ ।

୩. ଏକାଦଶୀ ଦିନ ତୁଳସୀ ଗଛ ଆଖ ପାଖରେ ସ୍ୱଚ୍ଛତା ଏବଂ ପବିତ୍ରତାର ଧ୍ୟାନ ରଖନ୍ତୁ । ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଯିବେ ।

୪. ଏକାଦଶୀ ଦିନ ତୁଳସୀଙ୍କୁ ଅସନା ହାତରେ ସ୍ପର୍ଶ କରନ୍ତୁ ନାହିଁ । ତୁଳସୀ ଗଛକୁ ସ୍ପର୍ଶ କରିବା ପୂର୍ବରୁ ଭଲ ଭାବରେ ହାତ ପରିଷ୍କାର କରନ୍ତୁ ।

୫. ଏହି ଦିନ କଳା ପୋଷାକ ପିନ୍ଧି ତୁଳସୀ ପୂଜା କରିବା ବର୍ଜନୀୟ ଅଯେ । ଏହା ଦ୍ୱାରା ଘରେ ନକାରାତ୍ମକା ଉର୍ଜ୍ଜା ସୃଷ୍ଟି ହୋଇଥାଏ ।

Get real time updates directly on you device, subscribe now.