ନେମ୍‌ପ୍ଲେଟ୍ ଲଗାଇବା ସମୟରେ କରନ୍ତୁନି ଏହି ଭୁଲ, ଘରେ ଦେଖାଦେଇଥାଏ ବାସ୍ତୁଦୋଷ

ଓଡ଼ିଶା ଭାସ୍କର: ଜ୍ୟୋତିଷଙ୍କ ଅନୁଯାୟୀ ବାସ୍ତୁ ଶାସ୍ତ୍ର ବ୍ୟକ୍ତିର ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ନିୟମର ପାଳନ କରିବା ଦ୍ୱାରା ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ଦେଖାଯାଏ । ସେହିପରି ନିୟମରେ ବ୍ୟତିକ୍ରମ ଅନେକ ସଂକଟର କାରଣ ସାଜିପାରେ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ନେମ୍‌ପ୍ଲେଟ୍ ବାସ୍ତୁ ଦୋଷକୁ ଦୂର କରିବାରେ ସହାୟକ ହୋଇଥାଏ । ଏହା ଦ୍ୱାରା ଘରେ ସକାରାତ୍ମକ ଉର୍ଜ୍ଜାର ସଂଚାର ହେବା ସହ ପାରିବାରିକ ଝଗଡ଼ା ଦୂର ହୋଇଥାଏ । ବେଳେ ବେଳେ ଘର ବାହାରେ ଭୁଲ ଭାବରେ ନେମ୍‌ପ୍ଲେଟ୍ ଲଗାଇବା ଦ୍ୱାରା ବାସ୍ତୁ ଦୋଷ ଦେଖାଦେଇଥାଏ । ତେଣୁ ନେମ୍‌ପ୍ଲେଟ୍ ଲଗାଇବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ।

୧. ଉତ୍ତର ଏବଂ ପୂର୍ବ ଦିଗରେ ନେମ୍‌ପ୍ଲେଟ୍ ଲଗାଇବା ଶୁଭ ବିବେଚିତ କରାଯାଇଥାଏ । ଏହି ଦିଗରେ ନେମ୍‌ପ୍ଲେଟ୍ ସ୍ଥାପନ କରିବା ଦ୍ୱାରା ଘରେ ସକାରାତ୍ମକ ଉର୍ଜ୍ଜା ବୃଦ୍ଧି ପାଇଥାଏ । ନେମ୍‌ପ୍ଲେଟ୍ ସବୁବେଳେ ଉଚ୍ଚ ସ୍ଥାନରେ ସ୍ଥାପନ କରିବା ଉଚିତ ।

୨. ମୁଖ୍ୟଦ୍ୱାରର ଡାହାଣ ପଟେ ମଧ୍ୟ ନେମ୍‌ପ୍ଲେଟ୍ ଲଗାଯାଇପାରିବ । ନେମ୍‌ପ୍ଲେଟ୍ ସବୁବେଳେ ସ୍ପଷ୍ଟ ଏବଂ ସଠିକ ଆକାରରେ ଥିବା ଜରୁରୀ । ଏହା ସହ ଦୁଇଟି ଧାଡ଼ିରେ ଲେଖାଯିବା ଉଚିତ ।

୩. ନେମ୍‌ପ୍ଲେଟର ଅକ୍ଷରଗୁଡ଼ିକର ଆକାର ଅଧିକ ବଡ଼ କିମ୍ବା ଛୋଟ ହେବା ଅନୁଚିତ ।
୪. ବୃତ୍ତାକାର, ତ୍ରିକୋଣୀୟ ଏବଂ ଅଦ୍ଭୁତ ନେମ୍‌ପ୍ଲେଟ୍ ଘର ପାଇଁ ଉତ୍ତମ ଅଟେ । ତେବେ ନେମ୍‌ପ୍ଲେଟଟି କୋଣସି ସ୍ଥାନରୁ ଭାଙ୍ଗିନଥିବ କିମ୍ବା ଏଥିରେ ଛିଦ୍ର ନଥିବ । ଅନ୍ୟଥା ଏହା ଘରେ ନକାରାତ୍ମକ ଶକ୍ତି ଆଣିଥାଏ ।

୫. ନେମ୍‌ପ୍ଲେଟର ରଂଗ ଘରର ମୁଖିଆଙ୍କ ରାଶି ଅନୁକୂଳ ହେବା ଉଚିତ । ନେମ୍‌ପ୍ଲେଟରେ ଧଳା, ହଳଦିଆ, କେସର ଆଦି ରଂଗ ବ୍ୟବହାର କରିବା ଉଚିତ । ଏଥିରେ ନୀଳ, କଳା, ଗ୍ରେ ସହ ମେଳ ଖାଉଥିବା ରଂଗ ବ୍ୟବହାର କରନ୍ତୁ ନାହିଁ ।

୬. ନେମ୍‌ପ୍ଲେଟରେ ଏକ ଗଣେଶ କିମ୍ବା ଶ୍ୱସ୍ତିକ ଚିହ୍ନ ତିଆରି କରିବା ଶୁଭ ଅଟେ । ନେମ୍‌ପ୍ଲେଟକୁ ପ୍ରକାଶିତ କରିବା ପାଇଁ ବଲ୍‌ବର ବ୍ୟବହାର କରିପାରିବେ ।

୭. ତମ୍ବା, ଷ୍ଟିଲ୍‌, ପିତ୍ତଳ କିମ୍ବା ଅନ୍ୟ ଧାତୁରେ ନିର୍ମିତ ନେମ୍‌ପ୍ଲେଟ୍ ଶୁଭ ଅଟେ । ଆପଣ କାଠ କିମ୍ବା ପଥରରେ ପ୍ରସ୍ତୁତ ନେମ୍‌ପ୍ଲେଟ୍ ମଧ୍ୟ ପ୍ରୟୋଗ କରିପାରିବେ । କିନ୍ତୁ ଏହାକୁ ନିୟମିତ ସଫା କରିବା ଉଚିତ ।