Breaking: ନୀଳଚକ୍ର ଉପରେ ବୁଲିଲା ସନ୍ଦିଗ୍ଧ ଡ୍ରୋନ୍, ୧୦୦ ଫୁଟ ଉଚ୍ଚକୁ ଯାଇ ଡ୍ରୋନ୍ ଉଡ଼ିବାର ଚିତ୍ର କ୍ୟାମେରାରେ କଏଦ

ପୁରୀ: ଶ୍ରମନ୍ଦିର ଉପରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍ । ରବିବାର ଭୋର ୪ଟା ୧୦ ମିନିଟ ସମୟରେ ଏହି ଡ୍ରୋନ୍ ମନ୍ଦିର ଚାରିପାଖ ବୁଲିବା ଦେଖିବାକୁ ମିଳିଥିଲା । ମନ୍ଦିରର ୧୦୦ ଫୁଟ ଉଚ୍ଚରେ ଡ୍ରୋନ୍ ଉଡ଼ୁଥିବା କ୍ୟାମେରାରେ କଏଦ ହୋଇଛି ।

ନୋ ଫ୍ଲାଇଂ ଜୋନରେ କିଏ ଓ କାହିଁକି ଡ୍ରୋନ୍ ଉଡ଼ାଇଲା ତାହା ଅସ୍ପଷ୍ଟ । ପ୍ରଥମେ ଦୋଳ ମଣ୍ଡପ ସାହି ଆଡ଼ୁ ଆସି ମେଘନାଦ ପାଚେରୀ ବୁଲିଲା । ଏହାପରେ ୧୦୦ ଫୁଟ ଉଚ୍ଚକୁ ଯାଇ ଦଧିନଉତି ଓ ନୀଳଚକ୍ର ଉପରେ ବୁଲିଲା ।

ସନ୍ଦିଗ୍ଧ ଡ୍ରୋନ୍ ପୋଲିସ କଣ୍ଟ୍ରୋଲ ରୁମ୍ରୁ ଆସିଛି କି ନାହିଁ ସ୍ପଷ୍ଟ ହୋଇନାହିଁ ।

ଖଲିସ୍ତାନ ଆତଙ୍କବାଦୀ ପନ୍ନୁର ଟାର୍ଗେଟରେ ଏବେ ଓଡ଼ିଶା । ବାରମ୍ବାର ଓଡ଼ିଶାକୁ ଧମକ ଦେଇ ଚାଲିଛି ପନ୍ନୁ । ଏପ୍ରକାର ଘଡ଼ିସନ୍ଧି ମୁହୂର୍ତ୍ତରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ବୁଲିବା ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ତେବେ ଘଟଣାର ଯାଞ୍ଚ ନେଇ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ ।