Ghibli ଆର୍ଟ କମ୍ପାନୀକୁ କରିଦେଲା ମାଲାମାଲ, OpenAI ରୋଜଗାର କଲା ୪୦ ବିଲିୟନ ଡଲାର

OpenAI ରୋଜଗାର କଲା ଏତିକି କୋଟି, Ghibli ଟ୍ରେଣ୍ଡ ବର୍ଷା କଲା ଟଙ୍କା

ନୂଆଦିଲ୍ଲୀ: ସାରା ଦୁନିଆରେ Ghibli ଆର୍ଟ ଫଟୋର ଜବରଦସ୍ତ କ୍ରେଜ ଦେକିବାକୁ ମିଳିଛି । ଓପେନ ଏଆଇର ଚାଟବୋଟ ଚାଟଜିପିଟି ଇମେଜ ଜେନେରେସର ଅପସନରେ Ghibli ଆର୍ଟର ଫିଚର ଅଛି ।

ଏହି ଫିଚର ବର୍ତ୍ତମାନ ସୋସିଆଲ ମିଡିଆରେ ଗଜବ ଟ୍ରେଣ୍ଡ କରିବାରେ ଲାଗିଛି । ଓପେନ ଏଆଇର ଫାଉଣ୍ଡର-ସିଇଓ ସାମ ଅଲ୍ଟମ୍ୟାନ ୧ ଏପ୍ରିଲରେ ସୂଚନା ଦେଇଛନ୍ତି ଯେ, ଗିବଲି ଷ୍ଟାଇଲ ଇମେଜ ଜେନେରେସନ ଫିଚର ଯୋଗୁଁ ପ୍ଲାଟଫର୍ମରେ ଏକ ଘଣ୍ଟାରେ ହିଁ ୧ ମିଲିୟନ ୟୁଜର୍ସ ସାମିଲ ହୋଇଛନ୍ତି ।

ବ୍ଲୁମବର୍ଗର ଏକ ରିପୋର୍ଟ ମୁତାବକ, ଗିବଲି ଟ୍ରେଣ୍ଡ କାରଣରୁ ଅନେକ ସଂଖ୍ୟାରେ ଲୋକେ ବର୍ତ୍ତମାନ ଏହି ପ୍ଲାଟଫର୍ମକୁ ବ୍ୟବହାର କରୁଛନ୍ତି । ଏଥିରେ ସଫ୍ଟବ୍ୟାଙ୍କ ଗ୍ରୁପ ନେତୃତ୍ୱରେ ନିବେଶକଙ୍କଠାରୁ ୪୦ ବିଲିୟନ ଡଲାର କଲେକ୍ସନ କରାଯାଇଛି ।

ଏଥିରେ କମ୍ପାନୀର ମୂଲ୍ୟ ଦ୍ୱିଗୁଣିତ ହୋଇ ୩୦୦ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିଯାଇଛି । ୩୧ ମାର୍ଚ୍ଚରେ ନିଜେ ଦେଇଥିବା ଏକ ବିବୃତ୍ତିରେ ସାମ ଅଲ୍ଟମ୍ୟାନ କହିଛନ୍ତି ଯେ, ପ୍ରତି ସପ୍ତାହରେ କୋଟି କୋଟି ଲୋକେ ଚାଟଜିପିଟିର ବ୍ୟବହାର କରୁଛନ୍ତି । ଏହା ଆମକୁ ଆଗକୁ ବଢାଇବାରେ ସାହାଯ୍ୟ କରୁଛି ।