fbpx

ସ୍ୱିଡେନରେ ହିଂସାକାଣ୍ଡ: କୋରାନ ପୋଡ଼ିବାକୁ ଉଦ୍ୟମ ସହିତ ପୋଲିସ ଉପରକୁ ଆକ୍ରମଣ

ନୂଆଦିଲ୍ଲୀ: ସ୍ୱିଡେନରେ ଘଟିଯାଇଛି ଭୟଙ୍କର ହିଂସାକାଣ୍ଡ । ଦକ୍ଷିଣପନ୍ଥୀ ସଙ୍ଗଠନ ଗୁଡିକ ପକ୍ଷରୁ କରାଯାଇଥିବା ହିଂସାକାଣ୍ଡରେ କୋରାନକୁ ପୋଡିବାକୁ ଉଦ୍ୟମ କରାଯାଇଥିବା ବେଳେ ପୋଲିସ ଉପରକୁ ଭୟଙ୍କର ଆକ୍ରମଣ କରାଯାଇଛି । ଶୁକ୍ରବାର ଓରବ୍ରୋ ସହରରେ ପୋଲିସ ଏବଂ ଦକ୍ଷିଣପନ୍ଥୀ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିଲା ଆକ୍ରମଣ । ଦକ୍ଷିଣପନ୍ଥୀ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ସମୟରେ କୋରାନ ପୋଡ଼ିବାକୁ ଉଦ୍ୟମ କରାଯାଉଥିଲା । ପୋଲିସ ଏହାକୁ ରୋକିବାକୁ ପ୍ରୟାସ କରିଥିବା ବେଳେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ୯ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

ଓରବ୍ରୋର ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଆକ୍ରମଣରେ ୨୦୦ରୁ ଅଧିକ ଲୋକ ସାମିଲ ଥିଲେ । ଭିଡ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ସନ୍ଧ୍ୟା ଯାଏଁ ସମୟ ଲାଗିଥିଲା । ସ୍ୱିଡେନର ମୂଳ ଅଧିବାସୀ ତଥା ଡେନିସ ବାସିନ୍ଦା ମାନେ ଏହି ଇସଲାମ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ । କୋରାନ ଜାଳିବାକୁ ଯୋଜନା କରାଯାଇଥିବା ବେଳେ ପୋଲିସ୍ ୨ ଜଣଙ୍କୁ ଗିରଫ କରିଥିଲା । ଆକ୍ରମଣରେ ୩ ଜଣ ପୋଲିସଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏଭଳି ହିଂସାକାଣ୍ଡକୁ ନିନ୍ଦା କରିଛନ୍ତି ସ୍ୱିଡେନ୍ ପ୍ରଧାନମନ୍ତ୍ରୀ ମ୍ୟାଗଡାଲେନା ଆଣ୍ଡରସନ୍ । ସ୍ୱିଡେନରେ ସମସ୍ତଙ୍କୁ ନିଜର ମତ ପ୍ରକାଶ କରିବାର ଅଧିକାର ରହିଛି । ତେଣୁ ହିଂସାକାଣ୍ଡର ପଥ ଚୟନ କ୍ଷତିକାରକ ବୋଲି କହିଛନ୍ତି ଆଣ୍ଡରସନ୍ । ହାର୍ଡଲାଇନ୍ ଦକ୍ଷିଣପନ୍ଥୀ ନେତା ରାସମସ୍ ପ୍ଲେଦୁନ ଏପରି ହିଂସାକାଣ୍ଡ ହୋଇଛି । ରାସମସ୍ ଲୋକଙ୍କୁ ପରସ୍ପର ବିରୋଧରେ ଲଢାଇବାକୁ ଚାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଆଣ୍ଡରସନ୍ ।

Get real time updates directly on you device, subscribe now.