fbpx

ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କଲେ ଦୂତୀ

Advertisement

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରୁ ଆସିଛି ଏକ ନିରାଶଜନକ ଖବର । ରାଜ୍ୟର ଦ୍ରୁତ ଧାବିକା ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକରେ ପୁଣି ଥରେ ନିରାଶ କରିଛନ୍ତି । ୨୦୦ ମିଟର ଟ୍ରାକରେ ଦୌଡରେ ସେ ସପ୍ତମ ସ୍ଥାନରେ ରହିଛନ୍ତି । ୨୦୦ ମିଟରକୁ ୨୩.୮୫ ସେକେଣ୍ଡରେ ଅତିକ୍ରମ କରିଛନ୍ତି ଦୂତୀ । ଏହି ରାଉଣ୍ଡର ପ୍ରଥମ ସ୍ଥାନରେ ରହିଛନ୍ତି ନାମ୍ବିବିଆ ଖେଳାଳି ସି ମବୋମା, ଯେ କି ୨୨.୧୧ ସେକେଣ୍ଡର ସମୟ ନେଇଥିଲେ ।

ତେବେ ଟୋକିଓ ଅଲିମ୍ପିକ୍ସ ଭାରତୀୟ ଧାବିକା ଦୂତୀଙ୍କ ଉପରେ ସମସ୍ତଙ୍କ ନଜର ଥିଲା । ମହିଳା ୨୦୦ ମିଟର ଟ୍ରକରେ ସମସ୍ତ ସ୍ଥାନରେ ରହି ଦୂତୀ ନିରାଶ କରିଛନ୍ତି । ରାଉଣ୍ଡ ୧ରେ ଟପ୍ ୩ ଜଣଙ୍କୁ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ରହିଛି । ୭ମ ସ୍ଥାନରେ ରହିବାକୁ ସେମିଫାଇନାଲ ଦୌଡରୁ ବାହାର ହୋଇଛନ୍ତି ଦୂତୀ ଚାନ୍ଦ । ପୂର୍ବରୁ ଦୂତୀ ଚାନ୍ଦ ୧୦୦ ମିଟର ହିଟରେ ୭ମ ସ୍ଥାନରେ ରହିଥିଲେ । ୧୦୦ ମିଟର ପ୍ରତିଯୋଗିତାକୁ ଦୂତୀ ୧୧.୫୪ ସେକେଣ୍ଡର ସମୟ ନେଇଥିଲେ ।

Get real time updates directly on you device, subscribe now.