ଭୂମିକମ୍ପରେ ଥରିଲା ଗୁଜରାଟ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ଗୋଟିଏ ମାସ ଭିତରେ ୪ଟି ଭୂମିକମ୍ପ ଝଟକା

ଅହମଦାବାଦ: ଗୁଜରାଟର କିଛି ଜିଲ୍ଲାରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି । ବୁଧବାର ସକାଳେ ୩.୨ ତୀବ୍ରତାର ଭୂମିକମ୍ପ ଆସିଛି । ଆଇଏସଆର ଏହି ସୂଚନା ଜାରି କରିଛି । ଜିଲ୍ଲା ପ୍ରଶାସନ କହିଛି ଯେ, ଭୂମିକମ୍ପରେ କାହାରି କୌଣସି ଧନ ଜୀବନର କ୍ଷୟକ୍ଷତି ଘଟିନି ।

ଗାନ୍ଧୀନଗର ସ୍ଥିତ ଆଇଏସଆର ଅନୁସାରେ, ଭୂମିକମ୍ପର ଝଟକା ସକାଳ ୧୦ଟା ୨୪ ମିନିଟରେ ଜାରି କରାଯାଇଛି, ଯାହାର କେନ୍ଦ୍ର ଭଚାଉରୁ ୨୩ କିମି ଉତ୍ତର-ଉତ୍ତର ପୂର୍ବରେ ଥିଲା । ଗତ ମାସରେ ଏହି ଅଞ୍ଚଳରେ ତିନିରୁ ଅଧିକ ତୀବ୍ରତାର ୪ଟି ଭୂମିକମ୍ପ ଜାରି କରାଯାଇଥିଲା । ଯେଉଁ ଭୂମିକମ୍ପ ୩ଦିନ ପୂର୍ବରୁ ଆସିଥିଲା, ତାର ତୀବ୍ରତା ୩.୨ ଥିଲା ।

ଆଇଏସଆର ଅନୁସାରେ, ୨୩ ଡିସେମ୍ବରକୁ ଜିଲ୍ଲାରେ ୩.୭ ତୀବ୍ରତାର ଭୂମିକମ୍ପ ଆସିଥିଲା ଏବଂ ସାତ ଡିସେମ୍ବରରେ ୩.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା । ସେହିଭଳି ନଭେମ୍ବରରେ କଚ୍ଛରେ ୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ।