fbpx

ଓଡ଼ିଶାର ୪ ଜିଲ୍ଲାରେ ମୃଦ୍ୟୁ ଭୂକମ୍ପ; ତୀବ୍ରତା ୩.୫ ରେକର୍ଡ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୪ଟି ଜିଲ୍ଲାରେ ମୃଦ୍ୟୁ ଭୂକମ୍ପ ଅନୁଭୂତ ହୋଇଛି, ଯାହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି । ଦିନ ୧୧ଟା ୧୯ରେ ଭୂକମ୍ପ ଝଟକା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶାର ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାରେ ଭୂକମ୍ପ ଝଟକା ଲାଗିଛି । ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ମଧ୍ୟବର୍ତ୍ତୀ ଅଞ୍ଚଳ ଭୂକମ୍ପର କେନ୍ଦ୍ରସ୍ଥଳ ପାଲଟିଛି ।

ଏହା ସହ ଅରୁଣାଚଳ ପ୍ରଦେଶରେ ଆଜି ସକାଳେ ହୋଇଥିଲା ଏକ ବଡ ଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭୂମିକମ୍ପରେ କୌଣସି ବଡ କ୍ଷତି ହୋଇଥିବା ନେଇ ଏ ପର୍ଯ୍ୟନ୍ତ କିଛି ସୂଚନା ମିଳିନାହିଁ । ତେବେ ସକାଳ ୬.୫୬ ସମୟରେ ଅରୁଣାଚଳ ପ୍ରଦେଶରେ ଏକ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ଝଟକା ଜାଣିବା ପରେ ସମସ୍ତେ ନିଜ ଘରୁ ବାହାରି ପଦାକୁ ଚାଲି ଆସିଥିଲେ ।

ସେହିପରି ଗତ ବୁଧବାର ୧୦.୨୪ସମୟରେ ଲଦାଖରେ ମଧ୍ୟ ଏ ଛୋଟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ସେଠାରେ ଏହାର ତୀବ୍ରତା ୪.୬ ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି । କାରଗିଲର ୩୨୮ କିଲୋମିଟର ଉତ୍ତରରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ।

Get real time updates directly on you device, subscribe now.