ଶୀତ ଦିନେ କରନ୍ତୁ ସୁପ୍ ସେବନ; ବୃଦ୍ଧି ହେବ ଇମୁ୍ୟନିଟି, ସ୍ୱାସ୍ଥ୍ୟ ରହିବ ଉତ୍ତମ

ଓଡ଼ିଶା ଭାସ୍କର: ଋତୁ ପରିବର୍ତ୍ତନ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ନିମନ୍ତ୍ରଣ କରିଥାଏ । ଏମିତିରେ ଖାଦ୍ୟପେୟର ବିଶେଷ ଯତ୍ନ ନେବା ଉଚିତ । ବିଶେଷ କରି ଶୀତ ଦିନରେ ତ୍ୱଚା ଶୁଷ୍କ ହୋବା ସାଧାରଣ କଥା । ଶରୀରକୁ ଥଣ୍ଡା ପ୍ରଭାବରୁ ରକ୍ଷା କରିବା ଏବଂ ଉଷ୍ମତା ପ୍ରଦାନ କରିବା ପାଇଁ ସୁପ୍ ଉତ୍ତମ ଅଟେ । ସୁପରେ ଭିଟାମିନ୍, ପ୍ରୋଟିନ୍ ଓ ବିଭିନ୍ନ ପ୍ରକାର ପୋଷକ ତତ୍ୱ ରହିଛି ଯାହା ଶରୀରକୁ ଶକ୍ତି ପ୍ରଦାନ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ଠାରୁ ରକ୍ଷା କରିଥାଏ ।

ସାଧାରଣତଃ ଶୀତ ଦିନେ କମ୍ ଶୋଷ ଲାଗିଥାଏ । ଫଳରେ ଶରୀରରେ ଡିହାଇଡ୍ରେସନ ସମସ୍ୟା ଦେଖାଦେଇଥାଏ । ଏମିତିରେ ସୁପ୍ ହେଉଛି ଏଭଳି ଏକ ଖାଦ୍ୟ ଯାହା ଶରୀରକୁ ହାଇଡ୍ରେଟ୍ ରଖିବା ସହ ତ୍ୱଚାରେ ଚମକ ଆଣିଥାଏ ।

୧. ମୁଗ ଡାଲି ସୁପ୍: ଡାଲି ହେଉଛି ପ୍ରୋଟିନର ଏକ ଉତ୍ତମ ସୋର୍ସ । ମୁଗ ଡାଲିରେ ଭିଟାମିନ୍ ବି କମ୍ପ୍ଲେକ୍ସ ଏବଂ ଅନ୍ୟ ପ୍ରକାର ପୋଷକ ତତ୍ୱ ରହିଛି । ଆପଣ ଚାହିଁଲେ କେବଳ ମୁଗ ଡାଲି ସୁପ୍ କିମ୍ବ ଅନ୍ୟ ପରିବା ସହ ମିଶାଇ ସୁପ୍ ପ୍ରସ୍ତୁତ କରିପାରିବେ ।

୨. ଚିକେନ୍ ସୁପ୍: ଚିକେନ୍ ସୁପ୍ ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ । ଏହା ସହ ମାଂସପେଶୀକୁ ମଜବୁତ ଏବଂ ଶକ୍ତି ପ୍ରଦାନ କରିଥାଏ । ଏଥିରେ ଅଦା, ରସୁଣ ଏବଂ ଅନ୍ୟାନ୍ୟ ମସଲା ମିଶାଇ ମଧ୍ୟ ପ୍ରସ୍ତୁତ କରିପାରିବେ ।

୩. ଟମାଟୋ ସୁପ୍: ଟମାଟୋରେ ଭିଟାମିନ୍ ‘ସି’, ଭିଟାମିନ୍ ‘ଏ’, ଭିଟାମିନ୍ ‘କେ’ ଏବଂ ଅନ୍ୟ ପୋଷକ ତତ୍ୱ ରହିଛି । ଦୃଷ୍ଟି ଶକ୍ତି ଏବଂ ଓଜନ ହ୍ରାସ କରିବାରେ ଏହା ସହାୟକ ହୋଇଥାଏ ।

୪. ମିକ୍ସ ଭେଜ୍ ସୁପ୍: ନିରାମିଷ ବ୍ୟକ୍ତିଙ୍କ ପାଇଁ ଭେଜିଟେବୁଲ ସୁପ୍ ବେଶ ଉତ୍ତମ । ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ପାଚନ ପ୍ରକ୍ରିଆକୁ ମଜବୁତ ରଖିଥାଏ ।

ଏହା ବ୍ୟତୀତ ଛତୁ, ପାଳଙ୍ଗ, ପନୀର, ମଟର, ବିଟ୍ ସୁପ୍ ମଧ୍ୟ ଘରେ ପ୍ରସ୍ତୁତ କରିପାରିବେ । ଫଳରେ ଶୀତ ଦିନେ ଥଣ୍ଡା, କାଶ ଭଳି ଅନ୍ୟାନ୍ୟ ସମସ୍ୟାରୁ ଉପସମ ମିଳିଥାଏ ।