ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିଧାୟକ ପ୍ରତିନିଧିଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ମନି ଲଣ୍ଡ୍ରିଂ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପ୍ରତିନିଧି ପଙ୍କଜ ମିଶ୍ରଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ଇଡି ମିଶ୍ରଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଥିଲା । ଇଡି ଅଧିକାରୀ କହିଛନ୍ତି ଯେ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ର ଅପରାଧିକ ଧାରା ଅନୁଯାୟୀ ପଙ୍କଜ ମିଶ୍ରଙ୍କୁ ଗିରଫ କରାଯାଇଛି।

ପଚରାଉଚରା ବେଳେ ସେ ପ୍ରଶ୍ନର ଉତ୍ତର ଦେଇନଥିଲେ ବୋଲି ଇଡି ଦାବି କରିଛି । ପଙ୍କଜ ମିଶ୍ର ବୁଧବାର ଦିନ ରାଞ୍ଚି କୋର୍ଟରେ ହାଜର ହେବେ ଯେଉଁଠାରେ ଇଡି ତାଙ୍କର ରିମାଣ୍ଡ ଆବେଦନ କରିିବ ।

ଗତ ସପ୍ତାହରେ ରାଜ୍ୟରେ ମିଶ୍ର ଏବଂ ତାଙ୍କ ସହ ଜଡିତ ସ୍ଥାନରେ ଇଡି ଚଢ଼ଉ କରିଥିଲା। ଏହି ଚଢ଼ଉ ସମୟରେ ଇଡି ଅଜୟ ମିଶ୍ରଙ୍କ ସହ ଜଡ଼ିତ ଜଣେ ବ୍ୟକ୍ତି ଡାହୁ ଯାଦବଙ୍କ ୩୭ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୧.୮୮ କୋଟି ଟଙ୍କା ଜବତ କରିଥିଲା । ଏହା ବ୍ୟତୀତ ୫.୩୪ କୋଟି ଟଙ୍କା ମୂଲ୍ୟର “ବେନାମୀ” ନଗଦ ଜବତ କରିଛି, ଯାହା ବିଷୟରେ ସେ କହିଥିଲେ ଯେ ଏହି ଟଙ୍କା ରାଜ୍ୟରେ ଅବୈଧ ଖନନ ସହ ଜଡ଼ିତ ଥିଲା ।