fbpx

ସାବଧାନ ହୋଇଯାଆନ୍ତୁ, ଟିକାକରଣ ପଞ୍ଜିକରଣ ନେଇ ଆସୁଛି ଫେକ୍ ମେସେଜ୍

ନୂଆଦିଲ୍ଲୀ, ୧୧ା୫: ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଠକମାନେ ଏହାର ଫାଇଦା ନେବାକୁ ବାଟ ଖୋଜୁଛନ୍ତି । ସାଇବର ଲୁଟେରାମାନେ ଲୋକଙ୍କୁ ଟିକା ପଞ୍ଜିକରଣ ପାଇଁ ନକଲି ମେସେଜ୍ ପଠାଉଛନ୍ତି । ମେସେଜକୁ କ୍ଲିକ କରିବା ମାତ୍ରେ ଫୋନ୍ ହ୍ୟାକ୍ ହେବା ସହ ଡାଟା ଚୋରି ହୋଇଯାଉଛି । ମେସେଜ୍ ଉପରେ କ୍ଲିକ୍ କରିବା ପରେ ଫୋନରେ ଆପ୍ ଅଟୋମେଟିକ୍ ଇନଷ୍ଟଲ ହୋଇଯାଉଛି । ତେଣୁ ଏନେଇ ସାବଧାନ ରହିବାକୁ ଫେଡେରାଲ ସାଇବର ସୁରକ୍ଷା ଏଜେନ୍ସି ପକ୍ଷରୁ ସତର୍କ କରାଯାଇଛି । ଟିକା ପଞ୍ଜିକରଣ ସରକାରୀ ପୋର୍ଟାଲ କୋ-ୱିନରେ ହିଁ କରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.