ସାହୁ ଭାଉଜଙ୍କ ଫ୍ୟାନଙ୍କୁ ବଡ଼ ଝଟକା… କହୁ କହୁ କହିଦେଲେ ଏତେ ବଡ଼ କଥା

ବେପାର ପାଇଁ ତାଙ୍କର ପ୍ରବଳ ଆଗ୍ରହ । ଆଇଟମ୍ ଡାନ୍ସ ଛାଡ଼ିଦେବେ ଶ୍ରୀ ।

ଓଡ଼ିଶା ଭାସ୍କର: ଦୁଃଖ-ସୁଖ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି । କେଉଁ ପଟ କେତେବେଳେ ହାତ ମୁଠାରେ ଆସି ପଡ଼ିବ ତା’ ବିଷୟରେ କେହି କହିପାରିବେ ନାହିଁ । ଏଇ ଯେମିତି ଘଟୁଛି ଫେମସ୍ ଆଇଟମ୍ ଗାର୍ଲ ଶ୍ରୀଙ୍କ କ୍ଷେତ୍ରରେ । ଶ୍ରୀ ଓରଫ୍ ସାହୁ ଭାଉଜ । ଜୀବନରେ କିଛି କରି ଦେଖେଇବା ପାଇଁ ଶ୍ରୀଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଛି । ଝାଳ ବୁହା ପରିଶ୍ରମ କରିବା ସହ ଅନେକ ସମୟରେ ଲୋକଙ୍କ ଗାଳୁ ଗୁଲଜ ଶୁଣିବାକୁ ପଡ଼ିଛି ।

ଆଇଟମ୍ ଗାର୍ଲର ପରିଚୟକୁ ନେଇ ପରିଚିତି ପାଇଥିବା ସାହୁ ଭାଉଜ ଏବେ ନୃତ୍ୟ ଛାଡ଼ିବାକୁ ଯାଉଛନ୍ତି । ନାଚ ଛାଡ଼ି ସେ ବ୍ୟବସାୟ କରିବେ । ଯାହା ତାଙ୍କ ଜୀବନର ସ୍ୱପ୍ନ ବୋଲି ସେ କହିଛନ୍ତି ।

ଛାଡ଼ିଦେବେ ଇଣ୍ଡଷ୍ଟ୍ରି: ନାଚ ଛାଡ଼ିବାକୁ କିନ୍ତୁ ଆହୁରି ୪ରୁ ୫ ବର୍ଷ ଲାଗିବ । କାରଣ ନାଚରୁ ମିଳିଥିବା ନେମ୍ ଫେମ୍କୁ ଶ୍ରୀ ଏତେ ଜଲଦି ଛାଡ଼ିବାକୁ ଚାହୁଁ ନାହାନ୍ତି । ଏମିତି କିଛି କହିଛନ୍ତି ସାହୁ ଭାଉଜ ନିକଟରେ ଦେଇଥିବା ଏକ ଇଣ୍ଟଭ୍ୟୁରେ ।

ନାଚରୁ ମିଳୁଥିବା ଟଙ୍କା ତାଙ୍କ ନିଜର ଏବଂ ପରିବାରର ଅସୁବିଧା ସବୁକୁ ଦୂର କରିଛି । ଯାହାକୁ ସେ ଛାଡ଼ିବାକୁ ଚାହୁଁ ନାହାନ୍ତି । କିନ୍ତୁ ଆଗାମୀ ୫ ବର୍ଷ ଭିତରେ ନିଜ ଟାର୍ଗେଟ୍ ପୂରା କରିବା ପରେ ଆଇଟମ୍ ଡାନ୍ସରୁ ବିଦାୟ ନେବେ ।

ଶ୍ରୀଙ୍କ ନୃତ୍ୟ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ବେଶ୍ ଆଗ୍ରହ । ଅଧିକ ମାତ୍ରାରେ ଯୁବକ ଓ ପୁରୁଷମାନେ ହିଁ ଷ୍ଟେଜରେ ତାଙ୍କ ନାଚ ଦେଖିବା ପାଇଁ ଭଲପାଆନ୍ତି । ଏହାଛଡ଼ା ତାଙ୍କର ବହୁ ପାଗଳ ଫ୍ୟାନ୍ ମଧ୍ୟ ଅଛନ୍ତି ଯେଉଁମାନେ ତାଙ୍କୁ ପ୍ରଶଂସକ ଭାବେ ହୃଦୟରୁ ଭଲପାଆନ୍ତି ।