ପୁରୀ: ହଠାତ୍ ମାଡ଼ି ଆସିଲା କାଳବୈଶାଖୀ ବର୍ଷା । ବିଜୁଳି ଘଡ଼ଘଡି ଆଉ ଜଣେ ଚାଷୀଙ୍କ ଜୀବନ ନେଇଛି । ସୂଚନା ମୁତାବକ, ବଜ୍ରାଘାତରେ ଟଳିପଡ଼ିଛନ୍ତି ଚାଷୀ । ବଳଙ୍ଗା ଥାନା ପଦ୍ମପୁର ଗାଁରେ ଏହି ବଜ୍ରାଘାତ ଘଟିଛି ।
ଏହି ଚାଷୀଜଣକ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଶିକାର ହୋଇଥିଲେ । ଗତକାଲି ବାଲେଶ୍ୱରରେ ଜଣେ ଯୁବକଙ୍କର ପ୍ରାଣ ବଜ୍ରାଘାତରେ ଚାଲିଯାଇଛି।
ସୂଚନାନୁଯାୟୀ, ଯୁବକ ଜଣକ ବିଲରେ କାମ କରୁଥିଲେ, ହଠାତ୍ ବର୍ଷା ପାଣିପବନ ମାଡ଼ି ଆସିଥିଲା। ଏହି ସମୟରେ ଘଡ଼ଘଡ଼ି ଯୁବକଙ୍କ ଉପରେ ପଡ଼ିଯାଇଥିଲା।ଏହି ଘଟଣାଟି ବସ୍ତା ସିଂଲା ଥାନା ବିଶିକାଦେଇପର ଗାଁର। ଏହି ଅଘଟଣକୁ ନେଇ ସ୍ଥାନୀୟ ବାସୀ ଭୟଭୀତ ହୋଇଯାଇଥିଲେ।
ଅପ୍ରେଲ 15 ତାରିଖରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ବାରିଗୁଡ଼ା ଗ୍ରାମରେ ଘଟିଛି ଏମିତି ଏକ ଅଘଟଣ ଘଟିଥିଲା। ବିଜୁଳି ଘଡଘଡ଼ି ସହ ବର୍ଷା ହେବା ସମୟରେ ଇଟା ଭାଟିରେ କାମକରୁ ଥିବା ଶ୍ରମିକଙ୍କ ଉପରେ ବଜ୍ରାଘାତ ପଡିଥିଲା।