ଜଳଭଣ୍ଡାରରେ ଭାସିଗଲେ ଶହ ଶହ ଗୋରୁ । ଜଙ୍ଗଲୀ ବାରହା ଆକ୍ରମଣ ଭୟରେ ଜଳଭଣ୍ଡାରକୁ ଡେଇଁ ଭାସିଗଲେ ୫୦୦ ଗୋରୁ । ଏହି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ଭେଲୁଗୋଡ଼ୁ ନନ୍ଦୟାଲ ଜିଲ୍ଲାରେ । ତେବେ ସ୍ଥାନୀୟ ମାଛ ଧରାଳିଙ୍କ ଦ୍ୱାରା ୪୦୦ ଗୋରୁଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେବି ୫୦ ଗାଇ ନିଖୋଜ ଅଛନ୍ତି ।
ସୂଚନା ଅନୂଯାୟୀ, ଭେଲୁଗୁଡ଼ୁର କିଛି ଗୋପାଳକ ପ୍ରାୟ ୧୦୦୦ ଗାଈଙ୍କୁ ଚରାଇବାକୁ ତେଲୁଗୁ ଗଙ୍ଗା ଜଳଭଣ୍ଡାର ନିକଟକୁ ନେଇଥିଲେ । କିନ୍ତୁ ହଠାତ୍ ସେଠାରେ ଜଙ୍ଗଲୀ ବାରହାମାନେ ଗାଈଙ୍କ ଆଡ଼କୁ ଅତର୍କିତ ଭାବରେ ମାଡ଼ି ଆସିଥିଲେ ଫଳରେ ଭୟଭୀତ ହୋଇ ଗାଈମାନେ ଏଣେତେଣ ଦୌଡ଼ିଥିଲେ ଆଉ ରାସ୍ତା ନପାଇ ୫୦୦ ରୁ ଅଧିକ ଜଳଭଣ୍ଡାରକୁ ଡେଇଁପଡ଼ିଥିଲେ । କିଛି ଗାଈ ଜଳରେ ଭାସିଯାଇଥିବାନେଇ ମଧ୍ୟ କୁହାଯାଉଛି ।
ତେବେ ସ୍ଥାନୀୟ ମାଛ ଧରାଳିଙ୍କ ସହାୟତାରେ ଗାଈମାନଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେବି ୫୦ ରୁ ଅଧିକ ଗାଈ ନିଖୋଜ ଅଛନ୍ତି ।