Breaking: ଆୟୁଷ୍ମାନ ଯୋଜନାରେ ମହିଳାଙ୍କୁ ମିଳିବ ଅଧିକ ୫ ଲକ୍ଷ ବୀମା ସୁବିଧା, ଖୁବଶୀଘ୍ର ରାଜ୍ୟରେ ହେବ ଲାଗୁ

ଭୁବନେଶ୍ୱର: ଆୟୁଷ୍ମାନ ଭାରତରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କର ବୀମା ସୁବିଧା ମିଳିବ । ଏ ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ରାଜ୍ୟରେ ଖୁବ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଏହି ଯୋଜନାର କାର୍ଯ୍ୟକାରିତା ନେଇ ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ । ଯୋଜନାର ରୂପରେଖ ତିଆରି ଉପରେ ଟିମରେ ପ୍ରସ୍ତୁତି । ବହୁ ପ୍ରତୀକ୍ଷିତ ଆୟୁଷ୍ମାନ ଯୋଜନା ଲାଗି ହେବା ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ସଚିବ । ଯୋଜନାରେ ସମସ୍ତଙ୍କୁ ପାଞ୍ଚ ଲକ୍ଷ ବୀମା ସୁବିଧାମିଳିବାକୁ ଥିବାବେଳେ ମହିଳାଙ୍କୁ କିନ୍ତୁ ଆଉ ୫ ଲକ୍ଷ ଅଧିକ ତାଙ୍କ ମିଳିବ ।

ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ । ଟିମ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ କରିଛି ଆଲୋଚନା । କିଭଳି ସବୁ ଲୋକ ଏହି କେନ୍ଦ୍ରୀୟ ଯୋଜନାର ସୁଫଳ ପାଇବେ ତା ଉପରେ ହେଉଛି ଆଲୋଚନା । କେନ୍ଦ୍ରୀୟ ଟିମର ଆଲୋଚନା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ । ଏଥିସହ ସଚିବ ଆଶା କରୁଛନ୍ତି କି, ନୂଆ ଆର୍ଥିକ ବର୍ଷ ପୂର୍ବରୁ ଏହି ଯୋଜନା ଲାଗୁ ହେବା ନେଇ ଆଶାବାଦୀ ଥିବା କହିଛନ୍ତି ସଚିବ ।

କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନାକୁ ଦେଶର ସମସ୍ତ ଗରିବ ଲୋକଙ୍କ ପାଇଁ ଲାଗୁ କରିଛନ୍ତି । ଲକ୍ଷ୍ୟ କେହି ଯେମିତି ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ ନ କରନ୍ତି । ଏହି ଯୋଜନାରେ ଦେଶର କୌଣସି ବି ପ୍ରାନ୍ତରେ ଯେକୌଣସି ନାଗରିକ ଚିକିତ୍ସା ସୁବିଧା ପାଇ ପାରିବେ । କିନ୍ତୁ ଏହି ଯୋଜନାକୁ ପୂର୍ବର ନବୀନ ସରକାର ଲାଗି କରିବାକୁ ଦେଉ ନ ଥିଲା । ବାରମ୍ବାର କେନ୍ଦ୍ରରୁ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଚିଠି ହେଉଥିଲେ ମଧ୍ୟ ନବୀନ ସରକାର ଏଥିପ୍ରତି ଭୃକ୍ଷୁପ କରୁନଥିଲା ।

ଏବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଛି । ଏହି ଯୋଜନା ଲାଗୁ ହେବାରେ କୌଣସି ସମସ୍ୟା ନାହିଁ । ତେଣୁ ସରକାର ପ୍ରାଥମିକତା ଆଧାରରେ ରାଜ୍ୟରେ ଏହି କେନ୍ଦ୍ରୀୟ ଯୋଜନା ଲାଗୁ କରିବାକୁ ଯାଉଛି ।