fbpx

ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଆସିଲେ CA-CS ଏବଂ କଷ୍ଟ ଆକାଉଣ୍ଟାଣ୍ଟ: ଏଣିକି ଗ୍ରାହକଙ୍କ ଏହି ସୂଚନାକୁ ରଖିବାକୁ ପଡିବ

Advertisement

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ ଆଣ୍ଟି ମନି ଲଣ୍ଡରିଂ ଆଇନର ପରିସର ବୃଦ୍ଧି କରିଛନ୍ତି। ଏଣିକି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ(ସିଏ), କମ୍ପାନୀ ସେକ୍ରେଟାରୀ(CS) ଏବଂ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆଣ୍ଡ ୱାର୍କସ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICWA) ଯଦି ଗ୍ରାହକଙ୍କ ପାଇଁ ଆର୍ଥିକ କାରବାର କରନ୍ତି ତେବେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ଆସିବ। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଏହି ବୃତ୍ତିଗତମାନେ ଯଦି କମ୍ପାନୀ, ସୀମିତ ଦାୟିତ୍ୱ ସହଭାଗୀତା କିମ୍ବା ଟ୍ରଷ୍ଟ ଗଠନ କରିବେ, ଖୋଲିବା, ଚଳାଇବା ଭଳି କାର୍ଯ୍ୟ ଆକରିବେ ସେତେବେଳେ ସେମାନେ PMLA ର ଅଧୀନରେ ଆସିବେ।

ଅର୍ଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ, ଗ୍ରାହକଙ୍କ ଟଙ୍କା, ସମ୍ପତ୍ତି ଏବଂ ସିକ୍ୟୁରିଟିର ଯତ୍ନ ନେଇ ଗ୍ରାହକଙ୍କ ପାଇଁ ଅସ୍ଥାବର ସମ୍ପତ୍ତି କ୍ରୟ ଏବଂ ବିକ୍ରୟ ଉପରେ PMLA ଆଇନ ମଧ୍ୟ ଲାଗୁ ହେବ। ବ୍ୟାଙ୍କ ଏବଂ ସିକ୍ୟୁରିଟି ଆକାଉଣ୍ଟଗୁଡିକର କାର୍ଯ୍ୟ, କମ୍ପାନୀର କାର୍ଯ୍ୟକାରିତା ପାଇଁ ଟଙ୍କା ଉଠାଇବା ମଧ୍ୟ PMLA ର ଅଧୀନରେ ଆସିବ।

ଏଭଳି ସ୍ଥିତିରେ CA, CS, ICWA ମାନେ ସେମାନଙ୍କ ଗ୍ରାହକଙ୍କ ସହିତ କାରବାର କରିବା ପୂର୍ବରୁ ସେମାନଙ୍କର ସଠିକ୍ ଆର୍ଥିକ ସ୍ଥିତି ଏବଂ ମାଲିକାନା ବିବରଣୀ ନିଶ୍ଚିତ କରିବା ଆବଶ୍ୟକ।ଯେପରି ବ୍ୟକ୍ତିଙ୍କର ସମ୍ପତିର ଉତ୍ସ କ’ଣ ଏବଂ ଏହା ଯୁକ୍ତିଯୁକ୍ତ କି ନୁହେଁ, କାରବାରର ଉଦ୍ଦେଶ୍ୟ କ’ଣ? ତେବେ ଯଦି କୌଣସି ବ୍ୟକ୍ତି ବେଆଇନ ଉତ୍ସରୁ ପାଣ୍ଠି ସହିତ କାରବାର ସମୟରେ ଜାଣିଶୁଣି ସରକାରଙ୍କ ଏହି ଆଇନ ପ୍ରତି ଧ୍ୟାନ ନଦିଅନ୍ତି ଫାଇନାନ୍ସିଆଲ୍ ଇଣ୍ଟେଲିଜେନ୍ସ ୟୁନିଟ୍ ତାଙ୍କ ଉପରେ ପେନାଲଟି ଲଗାଇପାରେ। ତେଣୁ କୌଣସି ବ୍ୟକ୍ତିଙ୍କର କାର୍ଯ୍ୟ କଲେ କ୍ଲାଏଣ୍ଟ ପାଇଁ କରାଯାଇଥିବା ସମସ୍ତ କାରବାରର ରେକର୍ଡ ବଜାୟ ରଖିବା ଜରୁରୀ। ଏହା ସହିତ ଏହାର ରିପୋର୍ଟିଂକୁ ଆର୍ଥିକ ଇଣ୍ଟେଲିଜେନ୍ସ ୟୁନିଟ୍ ର ନିର୍ଦ୍ଦେଶକଙ୍କୁ ମଧ୍ୟ କରିବାକୁ ପଡିବ।

ତେବେ ଏହି ସଂଶୋଧନରେ ଓକିଲମାନଙ୍କୁ ଏଥିରୁ ଦୂରେଇ ରଖା ଯାଇଛି। ତେଣୁ ଏବେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ, କମ୍ପାନୀ ସେକ୍ରେଟାରୀ ଏବଂ କଷ୍ଟ ଆକାଉଣ୍ଟାଣ୍ଟଙ୍କ ପାଇଁ ଚିନ୍ତା ବଢି ଯାଇଛି, ଯେଉଁମାନେ ନିଜ ଗ୍ରାହକଙ୍କ ପାଇଁ କମ୍ପାନୀ ଖୋଲିଛନ୍ତି। କାରଣ ଏମାନେ ବର୍ତ୍ତମାନ ଆଣ୍ଟି ମନି ଲଣ୍ଡରିଂ ଆକ୍ଟ PMLA ଅଧୀନରେ ଆସିବେ।

ତେବେ ଏହି ସଂଶୋଧନ ପରେ CA, CS, ICWA ମାନଙ୍କ ଚିନ୍ତା ହେଉଛି ଯେ, PMLA ଆଇନରେ ସରକାରଙ୍କ ଆର୍ଥିକ ଏଜେନ୍ସିଗୁଡିକ ଦୋଷ ପ୍ରମାଣ କରିବାର ରେକର୍ଡ ଅତ୍ୟନ୍ତ ଦୁର୍ବଳ ଅଟେ। ଏପରି ପରିସ୍ଥିତିରେ, ଯଦି ସେମାନେ କୌଣସି କାରବାରରେ ଆର୍ଥିକ ଏଜେନ୍ସି ହାବୁଡ଼ରେ ପଡନ୍ତି, ତେବେ ସେମାନେ ସରକାରଙ୍କ ବିଚାର ପ୍ରକ୍ରିୟାର କଠିନ ଜାଲ ଭିତରେ ଫସି ପାରନ୍ତି।

 

Get real time updates directly on you device, subscribe now.