fbpx

ମାଛର ଦାମ ଟପିଲା ୩ ଲକ୍ଷ: ରାତାରାତି ମାଛ ଧରାଳି ହୋଇଗଲେ ମାଲାମାଲ

ଭଦ୍ରକ: କୁହାଯାଏ ଭାଗ୍ୟ ଯେତେବେଳେ ସାଥ୍ ଦିଏ, ମାଟି ପିଣ୍ଡୁଳା ବି ସୁନା ପାଲଟିଯାଏ । ନହେଲେ ସୁନା ବି ପିତଳ ହୋଇଯାଏ । ତେବେ ଏମିତି ଏକ ଭାଗ୍ୟ ପାଇଛନ୍ତି ଜଣେ ମାଛ ଧରାଳୀ । ୩ ଲକ୍ଷରୁ ଅଧିକ ଟଙ୍କାରେ ସେ ମାଛ ବିକ୍ରି କରିଛନ୍ତି । ଆଶ୍ଚର୍ଯ୍ୟକର ହେଲେ ବି ଘଟଣାଟି ଏକଦମ ସତ । ଏହି ମାଛ ବିକ୍ରି ପରେ ରାତାରାତି ଲକ୍ଷପତି ପାଲଟି ଯାଇଛନ୍ତି ମାଛ ଧରାଳୀ ।

ମାଛ ଧରିବାକୁ ଯାଇ ଭଦ୍ରକର ଜଣେ ମାଛ ଧରାଳୀ ହାଫିଜ ଉଲ୍ଲା ଲକ୍ଷପତି ପାଲଟି ଯାଇଛନ୍ତି । ଗୋଟିଏ ମାଛକୁ ୩ ଲକ୍ଷ ୨୦ ହଜାର ଟଙ୍କାରେ ସେ ବିକ୍ରି କରିଛନ୍ତି । ତେବେ ଭଦ୍ରକ ଚନ୍ଦନୀପାଳର ମାଛ ଧରାଳୀ ହାଫିଜ ମାଛ ଧରିବା ପାଇଁ ଜାଲ ପକାଇବା ବେଳେ ଜାଲରେ ଏକ ବିଶାଳକାୟ ବିରଳ ମାଛ ପଡିଥିଲା । ଏହି ମାଛର ଓଜନ ଥିଲା ୩୨ କିଲୋ । ଯାହାକୁ ନିଲାମ କରାଯାଇଥିବା ବେଳେ କୋଲକାତାର ଏକ କମ୍ପାନୀ ଏହାକୁ ବଡ ଆମାଉଣ୍ଡ ଦେଇ କିଣିଥିବା ଜଣାଯାଇଛି ।

ତେବେ ଏହି ବିରଳ ମାଛକୁ ନିଲାମ ପ୍ରକ୍ରିୟା କରିବା ପାଇଁ ଚିନ୍ତା କଲେ ହାଫିଜ । ଏହାପରେ କୋଲକାତାର ଏକ କମ୍ପାନୀ ଏହି ମାଛ ପ୍ରତି ଆକର୍ଷିତ ହୋଇଥିଲା । ତେଣୁ ୩ ଲକ୍ଷ ୨୦ ହଜାର ଟଙ୍କା ବିନିମୟରେ ଏହି ମାଛକୁ କିଣି ନେଇଛି ଏହି କମ୍ପାନୀ । ତେବେ ଏହି ମାଛ ବିଶେଷତଃ ଔଷଧ ପ୍ରସ୍ତୁତ କରିବାରେ ବ୍ୟବହୃତ ହୋଇଥାଏ । ତେବେ ଏହି ମାଛକୁ ବିକ୍ରି କରିବା ପରେ ମାଲାମାଲ ହେବାକୁ ଯାଉଛନ୍ତି ମାଛକୁ ଧରିଥିବା ହାଫିଜ ଉଲ୍ଲା ।

Get real time updates directly on you device, subscribe now.