fbpx

କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ: ଟିଆଇ ପରେଡରେ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କଲେ ୩ ସାକ୍ଷୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୟାଗଡ଼ର ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଇତିମଧ୍ୟରେ ଆଜି ଅଭିଯୁକ୍ତମାନଙ୍କର ଟିଆଇ ପରେଡ୍ କରାଯାଇଛି । ୩ ଜଣ ସାକ୍ଷୀ ମୋଟ ୫୦ ଜଣଙ୍କ ମଧ୍ୟରୁ ୫ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି । ଏହାପରେ ଅଭିଯୁକ୍ତମାନଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯାଇ ସେମାନଙ୍କର ବୟାନ ରେକର୍ଡ କରାଯାଇଛି ।

ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା ଏକାଧିକ ପ୍ରମାଣ । ଟାଙ୍ଗୀ ବନ୍ଦାଳ ଟୋଲ ଗେଟ ଦେଇ ଶର୍ମିଷ୍ଠାଙ୍କ କାର ଯାଇଥିବାର ଫଟୋ କ୍ରାଇମବ୍ରାଞ୍ଚ ପାଇଥିଲା । ମାନସଙ୍କ ଶବକୁ ହତ୍ୟାକାରୀମାନେ ନୟାଗଡ଼ରେ ପୋତି ଦେଇଥିଲେ । ଏହାପରେ ହତ୍ୟାରେ ବ୍ୟବହୃତ କୋଦାଳ, କଁଇଚି, ଚପଲ, ଇୟର ଫୋନ ଆଦି ଜିନିଷକୁ ଚଣ୍ଡିଖୋଲ ନିକଟରେ ଫୋପାଡ଼ି ଦେଇଥିଲେ । କ୍ରାଇମବ୍ରାଞ୍ଚ ଜେରା ବେଳେ ଅଭିଯୁକ୍ତମାନେ ଏହା ସ୍ୱୀକାର କରିଥିଲେ ।

ପୂର୍ବରୁ ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ କ୍ରା୍ୱବ୍ରାଞ୍ଚ ୩ ଦିନ ପାଇଁ ରିମାଣ୍ଡରେ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିଲା । ଗତ ଜାନୁଆରୀ ମାସ ୧୦ ତାରିଖଠାରୁ ମାନସ ଦୟାଲ ଆଶ୍ରମରେ ରହି ଆସୁଥିବା ବେଳେ ସେହି ମାସ ୩୦ରେ ଶର୍ମିଷ୍ଠା ଓ ନିରଞ୍ଜନ ତାଙ୍କୁ ସମ୍ପୂର୍ଣ୍ଣ ଅଫିସକୁ ଡକାଇଥିଲେ । ଏହାପରେ ସେମାନେ ମାନସଙ୍କୁ ଚିପକୁ ନେଇ ମାଡ଼ ମାରିଥିଲେ । ରହସ୍ୟମୟ ଚିପ୍ ପାଇବା ପାଇଁ ଶର୍ମିଷ୍ଠା ଓ ନିରଞ୍ଜନ ଉଭୟେ ମାନସଙ୍କ ଉପରେ ଚାପ ପକାଇଥିଲେ ।

Get real time updates directly on you device, subscribe now.