ଫ୍ରାଙ୍କୋଇସ୍ ବେରୁଙ୍କ ଉପରେ ଭରସା କଲେ ମାକରଁ, ବେରୁ ସଜଡ଼ିବେ ଫ୍ରାନ୍ସର ଅଡ଼ୁଆ ଖିଅ

ପ୍ୟାରିସ୍: ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମକରଁ ଶୁକବ୍ରାର ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ମଧ୍ୟଗାମୀ ସହଯୋଗୀ ଫ୍ରାଙ୍କୋଇସ୍ ବେରୁଙ୍କୁ ମନୋନୀତ କରିଛନ୍ତି । ଏକ ଐତିହାସିକ ସଂସଦୀୟ ଭୋଟ ପରେ ଗତ ସପ୍ତାହରେ ପୂରା ସରକାର ବହିଷ୍କୃତ ହୋଇଥିଲେ । ୭୩ ବର୍ଷୀୟ ବେରୁ ବହୁ ଦଶନ୍ଧି ଧରି ଫ୍ରାନ୍ସ ରାଜନୀତିରେ ଜଣାଶୁଣା ନେତା । ନ୍ୟାଶନାଲ ଆସେମ୍ବ୍ଲିରେ କୌଣସି ଦଳର ସଂଖ୍ୟାଗରିଷ୍ଠତା ନ ଥିବାବେଳେ ତାଙ୍କର ରାଜନୈତିକ ଅଭିଜ୍ଞତା ଦେଶରେ ସ୍ଥିରତା ବଜାୟ ରଖିବାରେ ପ୍ରମୁଖ ଭୂମିକା ନେବ ବୋଲି କୁହାଯାଇଛି ।

ୟୁରୋପୀୟ ବାର୍ଲାମେଣ୍ଟ ପାଣ୍ଠି ହଡ଼ପ ମାମଲାରେ ବେରୁ ନିକଟରେ ଦୋଷମୁକ୍ତ ହୋଇଥିଲେ । ନୂଆ ସରକାର ଗଠନ ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଥିବା ମାକରଁଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ଶୁକ୍ରବାର ଏ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ବେରୁ କହିଛନ୍ତି, ମୋଠାରୁ ଅଧିକ କେହି ଫ୍ରାନ୍ସର କଷ୍ଟପୂର୍ଣ୍ଣ ସ୍ଥିତି ବିଷୟରେ ଜାଣି ନାହାନ୍ତି । ନ୍ୟାଶନାଲ ଆସେମ୍ବ୍ଲି ବଜେଟ ବିବାଦକୁ ନେଇ ଅନାସ୍ଥା ଭୋଟ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମିଶେଲ ବାର୍ନିଏର ଗତ ସପ୍ତାହରେ ଇସ୍ତଫା ଦେଇଥିଲେ ।