fbpx

ଜ୍ଵର, ଥଣ୍ଡା ହେବାରୁ କାଶ ସମସ୍ୟା ଲାଗି ରହିଛି କି? ଏହି ଘରୋଇ ଉପଚାର ଦ୍ୱାରା ସମସ୍ୟାକୁ ଦୂର କରନ୍ତୁ …

Advertisement

ଓଡିଶା ଭାସ୍କର; ଗତ କିଛିଦିନ ହେବ ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ହୋଇଛି । ଯେଉଁ କାରଣରୁ ଅନେକ ଜଣ ଥଣ୍ଡା, ଜ୍ୱରରେ ପୀଡିତ ହୋଇଥିବା ଦେଖିବାକୁ ମିଳୁଛି । ଏହା ସହ ଅଧିକାଂଶ ଥଣ୍ଡା ହେବାରୁ ଛାତିରେ କଫ ଜମା ହୋଇ କାଶ ଭଳି ସମସ୍ୟା ଦେଖାଦେଉଛି । ଯାହାକୁ ନେଇ ଆପଣ ମାନେ ଯନ୍ତ୍ରଣା ଅନୁଭବ କରିବା ସହ ଚିଡିଚିଡା ମଧ୍ୟ ପ୍ରକାଶ କରୁଛନ୍ତି । ଔଷଧ ଖାଇବା କିମ୍ବା ଗରମ ଚିକିତ୍ସା ରହିବା ଦ୍ୱାରା ଜ୍ଵର ଭଲ ହେଇଯାଉଥିଲେ ବି କାଶ ତୁରନ୍ତ ଭଲ ହେଉନାହିଁ । ଯଦି ଆପଣ ଏଭଳି ସମସ୍ୟାକୁ ସାମ୍ନା କରୁଛନ୍ତି ତେବେ ଆପଣ ଘରୋଇ ଉପଚାର କରି ଏହାର ସମାଧାନ କରିପାରିବେ । ଏହି କାଶ ସମସ୍ୟାରୁ ରକ୍ଷା ପାଇବା ପାଇଁ , ଆସନ୍ତୁ କିଛି ଘରୋଇ ଉପଚାର ବିଷୟରେ ଜାଣିବା ।

ଯଦି ଆପଣଙ୍କର ଶୁଖିଲା କାଶ ହେଉଛି ବା ଛାତି ଭାରି ଲାଗୁଛି ତେବେ କିଛି ହଳଦୀ ଗୁଣ୍ଡ ନିଅନ୍ତୁ । ଏହାକୁ ନିଜ ଗଳାରେ ଜାକି କି ରଖନ୍ତୁ । ହଳଦୀର ଲାଳ ଯେତେବେଳେ ଗଳାକୁ ଯିବ ସେତେବେଳେ କାଶ ସମସ୍ୟା ଦୂର ହୋଇଯିବ । କାରଣ ହଳଦୀରେ ଆଣ୍ଟି ଅକ୍ସିଡେଣ୍ଟ ତତ୍ଵ ଭାରି ହୋଇ ରହିଛି ଯାହା ଗଳାକୁ ଠିକ କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଶୁଖିଲା କାଶରୁ ଆରାମ ପାଇବା ପାଇଁ , ମହୁ ସହିତ ଗୋଲମରିଚ ପାଉଡର ମିଶାଇ ସେବନ କରିବା ଦ୍ୱାରା ଆରାମ ଲାଗିଥାଏ । ସେହିପରି ଶୁଖିଲା କାଶ ସମସ୍ୟାରୁ ରକ୍ଷା ପାଇବା ପାଇଁ, ଲବଙ୍ଗକୁ ଭାଜି ଚୋବାଇବା ଦ୍ୱାରା ଏଥିରୁ ଆରାମ ମିଳିଥାଏ । ଅନ୍ୟପଟେ ଅଦା ଚା’ ପିଇବା ଦ୍ୱାରା, ତାହା ଶୁଖିଲା କାଶ ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରେ ।

ଆମ ସମସ୍ତଙ୍କୁ ଜଣା ତୁଳସୀ ପତ୍ର ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ । ସେହିପରି ଶୁଖିଲା କାଶ ପାଇଁ ମଧ୍ୟ ଏହା ଅନେକ ଲାଭଦାୟକ । ଗୋଲମରିଚ, ତୁଳସୀ ପତ୍ର ଏବଂ ଅଦାକୁ ଏହାଠି ମିଶାଇ ଗ୍ରାଇଣ୍ଡିଂ କରି ତା’କୁ ପାଣିରେ ପକାଇ ଫୁଟାନ୍ତୁ । ଏହାପରେ ସେହି ପାଣିକୁ ଛାଣି ସେବନ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ କାଶ ସମସ୍ୟା ଭଲ ହୋଇଥାଏ ।

ଯଦି ଆପଣଙ୍କର କଫ ଜମା ହୋଇ କାଶ ହେଉଛି ତେବେ ଏଥିପାଇଁ ଅଦା ରସ ଆବଶ୍ୟକ ରହିଛି । ଏଥିରେ ଏକ ଚାମଚ ମହୁ ଆଡ କରନ୍ତୁ । ଏହା ପରେ ଭଲ ଭାବେ ମିଶ୍ରଣ କରି ସେବନ କରନ୍ତୁ । ଏହି ଉପାୟଟି କରିବା ଦ୍ଵାରା ଜାଲି ରହିଥିବା ଛାତି ଖୋଲିବା ସହ କଫ ସବୁ ବାହାରି ଆସିବ । ଛାତିରେ ଜମା ହୋଇଥିବା କଫ ବାହାରିବା ସହ ନାକ ଓ ଗଳାରେ ଜମା ହୋଇଥିବା କଫ ମଧ୍ୟ ବାହାରି ଆସିବ ।

 

Get real time updates directly on you device, subscribe now.