fbpx

ନବରାତ୍ରି ପୂର୍ବରୁ ଶସ୍ତା ହେଲା ସୁନା; ରେକର୍ଡ ସ୍ତରରୁ ୯,୫୦୦ ଟଙ୍କା ଖସିଲା, ଜାଣନ୍ତୁ ଆଜିର ରେଟ୍

Advertisement

ନୂଆଦିଲ୍ଲୀ: ଶସ୍ତା ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ନବରାତ୍ରି ପୂର୍ବରୁ ରେକର୍ଡ ସ୍ତରରୁ ଖସିଛି ସୁନା ରେଟ୍ । ଏମସିଏକ୍ସରେ ସୁନା ମୂଲ୍ୟ ୦.୩୫% ହ୍ରାସ ପାଇ ୧୦ ଗ୍ରାମ ପିଛା ୪୬,୬୦୦ ଟଙ୍କା ହୋଇଛି । ସେହିପରି ରୂପା ଦାମ୍ ୦.୬% ହ୍ରାସ ପାଇ କିଲୋଗ୍ରାମ ପିଛା ୬୦,୬୨୩ ଟଙ୍କା ହୋଇଛି । ଗତବର୍ଷ ଅଗଷ୍ଟ ମାସ ଅପେକ୍ଷା ଏଥର ସୁନା ମୂଲ୍ୟ ୯,୫୦୦ ଟଙ୍କା ହ୍ରାସ ପାଇଛି ।

ଏବେ ଆପଣ ଘରେ ବସି ମଧ୍ୟ ସୁନା ଦାମ୍ ଅତି ସହଜରେ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ୮୯୫୫୬୬୪୪୩୩ ନମ୍ବରରେ ମିସ୍ଡ କଲ କରିବାକୁ ପଡିବ । ମିସ୍ କଲ୍ ପରେ ଆପଣଙ୍କ ମୋବାଇଲକୁ ଏକ ମେସେଜ ଆସିଯିବ, ଯେଉଁଥିରେ ଆପଣ ସୁନା ରେଟ୍ ଜାଣି ପାରିବେ । ଏହା ସହ ସୁନାର ଶୁଦ୍ଧତା ଜାଣିବା ପାଇଁ ସରକାରଙ୍କ ପକ୍ଷରୁ ଏକ ଆପ୍ ପ୍ରସ୍ତୁତ କରାଯାଇଛି । ‘ବିଆଇଏସ୍ କେୟାର ଆପ୍’ରେ ଗ୍ରାହକମାନେ ସୁନାର ଶୁଦ୍ଧତା ଚେକ୍ କରିପାରିବେ । ଏହି ଆପ୍ ଜରିଆରେ ସୁନାର ଶୁଦ୍ଧତା ଦେଖିବା ସହିତ ଆପଣ ଏଥିରେ ଜଡିତ ଅଭିଯୋଗ ବି କରିପାରିବେ ।

Get real time updates directly on you device, subscribe now.