fbpx

ରାଜଧାନୀର ଲୋକଙ୍କ ପାଇଁ ଖୁସି ଖବର : ଆଜିଠୁ ଖୋଲିଲା ମାର୍କେଟ ବିଲଡିଂ, ବଢିବ ଗ୍ରାହଙ୍କ ଗହଳି

ଭୁବନେଶ୍ୱର : ମାର୍କେଟ ବିଲଡିଂ ଉପରେ ଅନେକ ଲୋକ ନିର୍ଭର ହୋଇଥାନ୍ତି । ବିଏମସି ଏବଂ ମାର୍କେଟ ବିଲଡିଂ ବ୍ୟବସାୟୀଙ୍କ ମଧ୍ୟରେ ୧୮ ଦିନ ଧରି ଲାଗି ରହିଥିବା ବିବାଦ ଆଜି ଥମିଛି । ଏନେଇ ଆଜି ଖୋଲିବ ମାର୍କେଟ ବିଲଡିଂ ଏବଂ ସ୍ୱଭାବିକ ହେବ କିଣାବିକା । ବିଏମସି ଓ ସଂଘ ମଧ୍ୟରେ ଆପୋଷ ସମାଧାନ ହେବା ସୁନିଶ୍ଚିତ ହୋଇଛି । ଅନ୍ୟପଟେ ବିଏମସି ପକ୍ଷରୁ ଉଠା ଦୋକାନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ।

ବିଏମସି ଦପ୍ତର ପରିସରରେ ଆଜି ସନ୍ଧ୍ୟାରେ ବୈଠକ ଡକାଯାଇଥିଲେ । ସେହି ବୈଠକରେ ବ୍ୟବସାୟୀଙ୍କୁ ଏକ ଚୁକ୍ତି ପତ୍ର ପ୍ରଦାନ କରାଯାଇଥାନ୍ତା । କିନ୍ତୁ ବର୍ଷା ପାଇଁ ବୈଠକକୁ ବାତିଲ କରାଯାଇଥିଲା । ଚୁକ୍ତି ମୁତାବକ ମାର୍କେଟ ବିଲଡିଂ ସଂଘ ମାର୍କେଟରେ ପୂରା ରକ୍ଷଣବେକ୍ଷଣ କରିବ । ଏନେଇ ପୂର୍ବରୁ ସଂଘ ପକ୍ଷରୁ ପିପିପି ମୋଡରେ ସୌନ୍ଦର୍ଯ୍ୟକରଣ କରାଯାଇଛି । କିନ୍ତୁ ଉଠା ଦୋକାନୀ ଯୋଗୁଁ ଏହି ସବୁ ନଷ୍ଟ ହୋଇଯାଇଥିଲା । ତେଣୁ ସେମାନଙ୍କୁ ହଟାଇବା ଦାବିରେ ପ୍ରାୟ ୧୮ଦିନ ହେବ ମାର୍କେଟ ବିଲଡିଂ ବନ୍ଦ ଥିଲା ।

ଏହି ପ୍ରସଙ୍ଗରେ ବାରମ୍ବାର ବିଏମ୍‌ସି ସହ ଆଲୋଚନା ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ହେଲେ ଆଜିଠୁ ମାର୍କେଟ୍ ବିଲ୍‌ଡିଂ ଖୋଲିଥିବା ବେଳେ ସୋ’ ରୁମ୍ ଗୁଡ଼ିକ ଖୋଲାଯାଇନାହିଁ ।

Get real time updates directly on you device, subscribe now.