Google Keepsରେ ଆସୁଛି ନୂଆ ଫିଚସ: ଏବେ ଡିଲିଟ୍ ହୋଇଥିବା ଡାଟାକୁ କରିପାରିବେ ରିକଭର, Vidoeରେ ଦେଖନ୍ତୁ କିପରି ?

ନୂଆଦିଲ୍ଲୀ: ଯଦି ଆପଣ ଗୁଗୁଲ୍ କିପ୍ ବ୍ୟବହାର କରୁଛନ୍ତି, ତେବେ ଶୀଘ୍ର ଆପଣଙ୍କୁ ଭଲ ଫିଚସ ମିଳିବାକୁ ଯାଉଛି । ନୋଟପ୍ୟାଡରେ ଡିଲିଟ୍ ହୋଇଥିବା ଡାଟା ଫେରାଇ ଆଣିବା ପାଇଁ କମ୍ପାନୀ ଲୋକଙ୍କୁ ବିକଳ୍ପ ଦେବାକୁ ଯାଉଛି ।

ଏହା ବହୁ ପ୍ରତୀକ୍ଷିତ ଫିଚସ ଥିଲା । ବର୍ତ୍ତମାନ ଯଦି ଆପରେ ଭୁଲବଶତଃ କିଛି ଡିଲିଟ୍ ହୋଇଯାଏ, ତେବେ ଏହାକୁ ପୁନରୁଦ୍ଧାର କରିବାର କୌଣସି ବିକଳ୍ପ ନାହିଁ । କିନ୍ତୁ ଶୀଘ୍ର ଆପଣ ଆଣ୍ଡ୍ରଏଡ୍ ଏବଂ ଆଇଓଏସରେ ଏହି ବିକଳ୍ପ ପାଇବେ । ବର୍ତ୍ତମାନ ଏହି ଫିସଚର ପରୀକ୍ଷା ଚାଲିଛି ଏବଂ ଏହା ୱେବ୍ ସଂସ୍କରଣରେ ରହିଛି । ଡାଟା ପୁନରୁଦ୍ଧାର କରିବାକୁ ଆପଣଙ୍କୁ ନୋଟପ୍ୟାଡରେ ଦେଖାଯାଉଥିବା ୩ ବିନ୍ଦୁ ଉପରେ କ୍ଲିକ୍ କରିବାକୁ ପଡିବ ଏବଂ ହିଷ୍ଟ୍ରିରୁ ଡାଟ୍ୟା କପି କରିବାକୁ ପଡିବ ।

ଫଟୋ ପୁନରୁଦ୍ଧାର ହେବ ନାହିଁ :-

କମ୍ପାନୀ ଗୁଗୁଲ୍ କିପ୍ ର ସପୋର୍ଟ ପେଜରେ ଲେଖିଛି ଯେ, ସମୟ ସହିତ ଆପଣଙ୍କ ଦ୍ୱାରା କରାଯାଇଥିବା ପରିବର୍ତ୍ତନକୁ ଦେଖିବା ପାଇଁ ଆପଣ ଆପଣଙ୍କର ନୋଟ୍ ହିଷ୍ଟ୍ରିକୁ ଯାଇପାରିବେ କିମ୍ବା ପୂର୍ବ ପାଠ୍ୟ ଫାଇଲ୍ ଡାଉନଲୋଡ୍ କରିପାରିବେ । ଅବଶ୍ୟ ଆପଣ କେବଳ ପାଠ୍ୟ ଫାଇଲଗୁଡିକ ପୁନରୁଦ୍ଧାର କରିପାରିବେ । ଏହାର ଅର୍ଥ ଆପଣ ଫଟୋ ଫେରାଇ ପାରିବେ ନାହିଁ । ଗୁଗୁଲ୍ କିପର ଏହି ଫିଚସର ଭିଡିଓକୁ ଜଣେ ଟ୍ୱିଟର ବ୍ୟବହାରକାରୀ ସେୟାର କରିଛନ୍ତି । ଏଥିରେ ଏହା କିପରି କାମ କରେ ଆପଣ ଦେଖିପାରିବେ ।