fbpx

ବଦଳିଲା ଏକକ ସ୍ନାତକୋତ୍ତର ପିଜି-ପ୍ରବେଶିକା ପରୀକ୍ଷାର ତାରିଖ, ଜାଣନ୍ତୁ କେବେ ହେବ ପରୀକ୍ଷା ?

ଭୁବନେଶ୍ୱର : ଚଳିତବର୍ଷ ଶ୍ରୀଜଗନ୍ନାଥଙ୍କର ଗୁଣ୍ଡିଚା ଯାତ୍ରା ଦୁଇଦିନ ଧରି ହେଉଥିବାରୁ ରାଜ୍ୟ ସରକାର ଆଜି ଏବଂ ଆସନ୍ତାକାଲିକୁ ସରକାରୀ ଛୁଟି ଘୋଷଣା କରାଯାଇଛି । ଆସନ୍ତାକାଲି ହେବାକୁ ଥିବା ଏକକ ସ୍ନାତକୋତ୍ତର-ପିଜି ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ସ୍ନାତକୋତ୍ତର-ପିଜି ପରୀକ୍ଷା ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବ ବୋଲି ଓଡିଶା ଷ୍ଟାଫ ସିଲେକସନ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜୁଲାଇ ୭ ଓ ୮ ତାରିଖ ଦୁଇ ଦିନ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ସବୁ ଛୁଟି ରହିବ । ପୁରୀରେ ମଙ୍ଗଳବାର ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇ ଏହି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଛୁଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

Get real time updates directly on you device, subscribe now.