fbpx

‘ଗ୍ରୀନରେ’ ଚିଟଫଣ୍ଡ: ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଚିଟଫଣ୍ଡ କମ୍ପାନୀ “ଗ୍ରୀନରେ” ମାଲିକଙ୍କ ୨ ଭାଇ ଗିରଫ ହୋଇଛନ୍ତି । ଜଳେଶ୍ୱରରେ ଚଢ଼ାଉ କରି ଗିରଫ କରିଛି ସିବିଆଇ ଟିମ୍ । ତଦନ୍ତକାରୀ ଟିଅମ୍ ଆଜି ଦୁଇ ଭାଇ ମୀର ଜମିର୍ ଓ କାଲୁଙ୍କୁ ଗିରଫ କରିଛି । ଏହାପୂର୍ବରୁ ୨୦୧୨ରେ ମାଲିକ ମୀର ସଇରୁଦ୍ଦିନ୍ ଗିରଫ ହୋଇଥିଲେ । ତଦନ୍ତ ବେଳେ ଦୁଇ ଭାଇ ସାମିଲ ଥିବା ସୂଚନା ମିଳିବା ପରେ ଦୁହିଁଙ୍କୁ ଗିରଫ କରିଛି ତଦନ୍ତକାରୀ ଟିମ୍ ।

Get real time updates directly on you device, subscribe now.