fbpx

କିଲୋ ପିଛା ଦେଢ ଲକ୍ଷ ଟଙ୍କା: ଗୁଜରାଟ ବୈଜ୍ଞାନିକ ଉତ୍ପାଦନ କଲେ ବିଶ୍ୱର ଦାମୀ ଛତୁ

Advertisement

ରାଜକୋଟ୍ ୨୦ ।୦୫: ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛତୁ ଅନେକ ଦୁଃରାଗ୍ୟ ରୋଗର ନିରାକରଣ ମଧ୍ୟ  କରିଥାଏ । ବିଶେଷ କରି ଏହି ଧରଣର ଛତୁର ଚାହିଦା ଚୀନ, ଜାପାନ, ଇଟାଲୀ ଓ ତାଇୱାନରେ ଦେଖିବାକୁ ମିଳିଥାଏ । ଏହି ଛତୁର ଦାମ ମଧ୍ୟ ବହୁତ ଅଧିକ । ଔଷଧୀୟ ଗୁଣ ଦୃଷ୍ଟିରୁ ଏହି ଛତୁ ବର୍ତମାନ ଦୁନିଆର ସବୁଠୁ ମୂଲ୍ୟବାନ ଛତୁରେ ପରିଣତ ହୋଇଛି ।

ଗୁଜରାଟର କଚ୍ଛ ସ୍ଥିତ ଗୁଜରାଟ ଇନଷ୍ଟିଚ୍ୟୁଟ୍ ଅଫ ଡିଜର୍ଟ ଇକୋଲେଜି(ଜିୟୁଆଇଡିଇ)ର ବୈଜ୍ଞାନିକମାନେ ସଫଳତାର ସହ କୋର୍ଡିସେପ୍ସ ମିଲିଟାରିସ୍ ଛତୁର  ଚାଷ କରିଛନ୍ତି । ଏହି ପ୍ରଜାତିର ଛତୁ ପାରମ୍ପରିକ ଭାବେ ଚୀନ ଓ ତିବତର ହର୍ବାଲ ଔଷଧରେ ଉପଯୋଗ କରାଯାଏ । ବୈଜ୍ଞାନିକମାନେ ଏକ ପ୍ରୟୋଗଶାଳରେ ନିୟନ୍ତ୍ରିତ ବାତାବରଣରେ ୩୫ ଜାରରେ ଛତୁକୁ ୯୦ ଦିନ ଭିତରେ ୩୫୦ ଗ୍ରାମ ସାର ଦେଇ ଉତ୍ପାଦନ କରିଛନ୍ତି । ଏହି ଛତୁର କିଲୋ ପ୍ରତି ମୂଲ୍ୟ ୧.୫୦ ଲକ୍ଷ ଟଙ୍କା ରହିଛି ।

ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି ଯେ, ଏହି ଧରଣର ଛତୁ  ସ୍ତନ କର୍କଟ ଚିକିତ୍ସାରେ ଉପଯୋଗୀ ସାବ୍ୟସ୍ତ ହୋଇଛି । ଅଧିକ ଗବେଷଣା ଏବଂ ପ୍ରଶିକ୍ଷଣ ପାଇଁ ଛତୁକୁ କମ ଦାମରେ ଦେବାକୁ ଇନଷ୍ଟିଚ୍ୟୁଟ୍ ନିର୍ଣ୍ଣୟ ନେଇଛି। ପ୍ରୟୋଗଶାଳରେ ଏହି ଛତୁ ଚାଷ ଜାରି ରହିବ ବୋଲି କୁହାଯାଇଛି ।

ଏହି ଛତୁ ହିମାଳୟନ ଗୋଲ୍ଡ ଭାବେ ପରିଚିତ । ସ୍ୱାସ୍ଥ୍ୟର ବିକାଶ ଏବଂ ଦୁର୍ବଳତା ପଣ କରିବା ପାଇଁ ଏହି ଛତୁରେ ବହୁବିଧ ଗୁଣ ରହିଛି । ଏହାର ଆକାର ନିମ୍ନ ଆଡୁ ମୋଟା ହେବା ସହ ଉପରକୁ ଲମ୍ବା ଲମ୍ବା ରହିଛି । ଏହାର ରଙ୍ଗ ହାଲୁକା କମଳା ରଙ୍ଗର  ରହିଛି । ଗାଇଡର ନିର୍ଦ୍ଦେଶକ ଭି ବିଜୟ କୁମାର କହିଛନ୍ତି, ନିୟନ୍ତ୍ରିତ ପରିବେଶରେ ପ୍ରୟୋଗଶାଳାରେ ଏହି ଛତୁର ଚାଷ ସମ୍ଭବ ଅଟେ ।

ସଂସ୍ଥା ଏହି ଛତୁର କିଷମକୁ ନେଇ ବିସ୍ତୃତ ଅଧ୍ୟୟନ କରିଛନ୍ତି । ପଶୁଙ୍କଠାରେ ସ୍ତନ କର୍କଟର ଉପଚାରରେ ଏହାକୁ ଉପଯୋଗ କରି ସକରାତ୍ମକ ଫଳାଫଳ ମିଳିଛି । ଛତୁରେ ସ୍ତନ କର୍କଟ ନିରୋଧୀ ଔଷଧୀୟ ଗୁଣ ରହିଛି । ଅହମ୍ମଦାବାଦର ନିରମା ୟୁନିଭର୍ସିଟିର ସହଭାଗିତାରେ ଏହାର ଗବେଷଣା କରାଯାଇଥିଲା ।

 

 

 

Get real time updates directly on you device, subscribe now.