fbpx

ଗୁରୁ ପୂର୍ଣ୍ଣିମା ୨୦୨୧: ଗୁରୁଙ୍କ ବିନା ଜୀବନ ସଂଜ୍ଞାହୀନ

ଓଡ଼ିଶା ଭାସ୍କର ବ୍ୟୁରୋ: ହିନ୍ଦୁ ଧର୍ମରେ ଗୁରୁପୂର୍ଣ୍ଣିମାର ଅନେକ ଖାସ୍ ମହତ୍ତ୍ୱ ରହିଛି । ଆମ ସଂସ୍କୃତିରେ ଗୁରୁଙ୍କୁ ଗୋବିନ୍ଦଙ୍କ ଠାରୁ ବି ବଡ଼ ବୋଲି ଧରାଯାଏ । ଗୁରୁ ପୂର୍ଣ୍ଣିମା ପ୍ରତିବର୍ଷ ଆଶାଢ଼ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ। ପୌରାଣିକ ଗ୍ରନ୍ଥ ଅନୁଯାୟୀ, ଏହି ଦିନ ମହର୍ଷି ବେଦବ୍ୟାସ ଜନ୍ମ ନେଇଥିଲେ । ଚଳିତ ବର୍ଷ ଗୁରୁ ପୂର୍ଣ୍ଣିମା ଦୁଇ ଦିନ ଅର୍ଥାତ୍ ୨୩ ଏବଂ ୨୪ ଜୁଲାଇରେ ପଡୁଛି । ଏହାର ପୂଣ୍ର୍ଣ୍ୟତିଥି ତାରିଖ ୨୩ ଜୁଲାଇ ସକାଳ ୧୦:୪୩ ରୁ ଆରମ୍ଭ ହୋଇ ଜୁଲାଇ ୨୪ ସକାଳ ୦୮:୦୬ ରେ ଶେଷ ହେବ । ଏହା ଉଦୟ ତିଥି କାରଣରୁ ଗୁରୁ ପୁର୍ଣ୍ଣିମା ଜୁଲାଇ ୨୪ ତାରିଖରେ ପାଳନ କରାଯାଏ ।

ଗୁରୁଙ୍କର ଯୋଗଦାନ ଆମ ମାନଙ୍କ ଜୀବନରେ ଅନେକ ରହିଛି । କାରଣ ଗୁରୁ ହିଁ ଦୁନିଆ ସହିତ ସାମନା କରିବାର ଶକ୍ତି ତଥା ସତମାର୍ଗ ଦେଖାଇଥାନ୍ତି । ଆଉ ଗୁରୁଙ୍କ ବିନା ଆମ ଜୀବନ ଅର୍ଥହୀନ ହୋଇଯାଏ । ତେଣୁ ଏହି ଅବସରରେ ସମସ୍ତେ ନିଜ ନିଜ ଗୁରୁଙ୍କୁ ସମ୍ମାନ ଦେଇ ଶୁଭକାମନା ଜଣାଇବା ଉଚିତ୍ ।

ଶିବପୁରାଣ ଅନୁସାରେ, ଏହି ତିଥିରେ ଭଗବାନ ବିଷ୍ଣୁଙ୍କ ବେଦବ୍ୟାସ ଧରାପୃଷ୍ଠରେ ଜନ୍ମ ନେଇଥିଲେ । ମହର୍ଷି ବେଦବ୍ୟାସଙ୍କୁ ସମଗ୍ର ସୃଷ୍ଟିର ପ୍ରଥମ ଗୁରୁ ବୋଲି ମନାଯାଇଥାଏ । ତେଣୁ ହିନ୍ଦୁ ଧର୍ମରେ ଗୁରୁ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି । ସେ ଚରୋଟି ବେଦ ଏବଂ ପୁରାଣ ସବୁର ରଚନା କରିଥିଲେ । ଏହି କାରଣରୁ ପ୍ରତିବର୍ଷ ଆଷାଢ଼ ମାସ ପୂର୍ଣ୍ଣିମା ତିଥିକୁ ଆଷାଢ଼ ପୂର୍ଣ୍ଣିମା, ବ୍ୟାସ ପୁର୍ଣ୍ଣିମା ଓ ଗୁରୁ ପୂର୍ଣ୍ଣିମା ଭାବରେ ପାଳନ କରାଯାଏ ।

 

Get real time updates directly on you device, subscribe now.