ମଣିଷ ବ୍ରେନର ଅଧା ଅଂଶ ଚେହେରା ଓ ଶବ୍ଦକୁ ଚିହ୍ନଟ କରିପାରିବ: ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ଅନେକ ସମୟରେ କୌଣସି ଆଘାତଜନିତ କାରଣରୁ ମଣିଷର ବ୍ରେନର କିଛି ଅଂଶକୁ ବାହାର କରି ଦିଆଯାଇଥାଏ । ତେବେ ଏପରି ସ୍ଥିତିରେ ମଣିଷର ବ୍ରେନ ଲୋକଙ୍କର ଚେହେରା ଓ ଶବ୍ଦକୁ ଚିହ୍ନିପାରେ । ନିକଟରେ କରାଯାଇଥିବା ଏକ ରିସର୍ଚ୍ଚରୁ ଏହା ପ୍ରମାଣିତ ହୋଇଛି । ରିସର୍ଚ୍ଚରେ ମଣିଷର ମସ୍ତିଷ୍କର ପ୍ଲାଷ୍ଟିସିଟି ବିଷୟରେ କୁହାଯାଇଛି ।

ଷ୍ଟଡି ମୁତାବକ, ଏଥିରୁ ମଣିଷର ମସ୍ତିଷ୍କର ପ୍ଲାଷ୍ଟିସିଟି ବିଷୟରେ କିଛି ନୂଆ ତଥ୍ୟ ମିଳିପାରେ । ସର୍ଜରୀ ପରେ ଅତିରିକ୍ତ କାର୍ଯ୍ୟକୁ କରିବା ପାଇଁ ବ୍ରେନର ଏକ ଭାଗ ନିଜକୁ ରିପେୟାର କରିପାରେ । ଏହା ଜାଣିବା ପାଇଁ ଗବେଷକମାନେ ୪୦ ଜଣ ବୟସ୍କ ସ୍ୱେଚ୍ଛାସେବୀଙ୍କ ସହାୟତା ନେଇଥିଲେ । ସେମାନଙ୍କର ବ୍ରେନର ଅଧା ଅଂଶକୁ ପିଲାବେଳୁ କାଢ଼ି ଦିଆଯାଇଥିଲା ।

ଏହି ଲୋକଙ୍କୁ ଚାର ଅକ୍ଷର ବିଶିଷ୍ଟ ଶବ୍ଦ ଓ ଏକ ଚେହେରାକୁ ଦେଖାଯାଇଥିଲା । ପ୍ରଥମେ ସେମାନଙ୍କୁ କେବଳ ୧୫୦ ମିଲି ସେକେଣ୍ଡ ପାଇଁ କିଛି ଶବ୍ଦ ବା ଚେହେରା ଦେଖାଯାଇଥିଲା । ପରେ ସେମାନଙ୍କୁ ଶବ୍ଦ ଓ ଚେହେରା ସମାନ ଥିଲା କି ଭିନ୍ନ ଥିଲା ବୋଲି ପ୍ରଶ୍ନ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଚେହେରା ଓ ଶବ୍ଦକୁ ଠିକ୍ ଭାବେ ଚିହ୍ନଟ କରିପାରିଥିଲେ ।