ୟାହା ସିନୱାରଙ୍କ ମୃତ୍ୟୁ ପରେ ହିଜବୁଲ୍ଲାହ ଦେଲା ଧମକ, କହିଲା- ‘ଇସ୍ରାଏଲ ସହ ଆହୁରି ବଡଧରଣର ହେବ ଯୁଦ୍ଧ’

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମ।।ସ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ବଡ ମୋଡ ନେଇଛି। ଇସ୍ରାଏଲ ଗତ ବର୍ଷ ସାତ ଅକ୍ଟୋବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ଇସ୍ରାଏଲ ହିଜବୁଲ୍ଲାହ ମୁଖ୍ୟ ହସନ ନସରଲ୍ଲାହ(୍‌କ ପରେ ବର୍ତ୍ତମାନ ହମାସ ନେତା ୟାହା ସିନୱାରଙ୍କୁ ନିହତ କରିଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ହମାସ ମୁଖ୍ୟ ୟାହା ସିନୱାରଙ୍କ ମୃତ୍ୟୁର ଖବରକୁ ସ୍ପଷ୍ଟ କରିଛନ୍ତି। ଏକ ବିବୃତ୍ତିରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ୟାହା ସିନୱାରଙ୍କୁ ନିହତ କରିଛୁ।

ୟାହା ସିନୱାରଙ୍କ ମୃତ୍ୟୁ ପରେ ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ୍ଲା ମଧ୍ୟ କ୍ରୋଧ ପ୍ରକାଶ କରିଛି। ହିଜବୁଲ୍ଲାହ ପକ୍ଷରୁ କୁହାଯାଇଛି ଯେ, ସେମାନେ ଇସ୍ରାଏଲ ବିରୋଧରେ ନିଜ ଯୁଦ୍ଧରେ ଏକ ନୂଆ ଏବଂ ଉଗ୍ର ଧାରଣାକୁ ନେଇ ବଢୁଛନ୍ତି। ଯେଉଁଥିରେ ଇରାନ କହିଛନ୍ତି ଯେ, ହମାସ ନେତା ସିନୱାରଙ୍କ ହତ୍ୟା ପରେ ପ୍ରତିଶୋଧର ଭାବନା ମଜବୁତ ହେବ।

ଏହାରି ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏହା ମଧ୍ୟ କହିଛନ୍ତି ଯେ, ଇସ୍ରାଏଲ ସେହି ବ୍ୟକ୍ତିଠାରୁ ପ୍ରତିଶୋଧ ନେଇଛି, ଯେଉଁମାନେ ହୋଲୋକାଷ୍ଟ ପରେ ଆମର ଲୋକଙ୍କୁ ଇତିହାସରେ ସବୁଠୁ ଭୟଙ୍କର ମୃତ୍ୟୁ ଦେଇଛନ୍ତି। ନେତନ୍ୟାହୁ କହିଛନ୍ତି ଯେ, ହମାସ ନେତା ସିନୱାରଙ୍କ ହତ୍ୟା ଗାଜାରେ ବନ୍ଦି ଥିବା ଲୋକଙ୍କୁ ଫେରାଇଆଣିବା ପାଇଁ ଯୁଦ୍ଧର ଏଜକ ଗୁରୁତ୍ୱପୂର୍ଣ୍ଣ କ୍ଷଣ। ସେ ଏହା ମଧ୍ୟ କହିଛନ୍ତି ଯେ, ଯେକୌଣସି ବ୍ୟକ୍ତି ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିବ ଏବଂ ବନ୍ଦୀମାନଙ୍କୁ ଫେରାଇଆଣିବାରେ ସାହାଯ୍ୟ କରି, ତାକୁ ଗାଜାକୁ ସୁରକ୍ଷିତ ଭାବେ ଯିବା ପାଇଁ ଅନୁମତି ଦିଆଯିବ। ନେତନ୍ୟାହୁ କହିଛନ୍ତି ଯେ, ଆମ ଯୁଦ୍ଧ ଏପର୍ଯ୍ୟନ୍ତ ସରିନାହିଁ।

Get real time updates directly on you device, subscribe now.