fbpx

ଏହି ବ୍ୟାଙ୍କର ଗ୍ରାହକଙ୍କୁ ବଡ଼ ଝଟକା: ଲୋନର ସୁଧ ହାର ବଢ଼ାଇବାରୁ ଦେବାକୁ ପଡ଼ିବ ଅଧିକ EMI

ନୂଆଦିଲ୍ଲୀ: ପ୍ରାଇଭେଟ ସେକ୍ଟରର ଏଚଡିଏଫସି ବ୍ୟାଙ୍କ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି । ଯଦି ଆପଣଙ୍କର ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି, ତେବେ ବର୍ତ୍ତମାନଠାରୁ ଆପଣଙ୍କୁ ଅଧିକ ସୁଧ ଦେବାକୁ ପଡିବ । ବ୍ୟାଙ୍କ ଲୋନର ସୁଧ ହାର ବୃଦ୍ଧି କରିଛି । ଗ୍ରାହକମାନଙ୍କୁ ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ଋଗଓ ଦେବାକୁ ପଡିବ । ବ୍ୟାଙ୍କର ବର୍ଦ୍ଧିତ ସୁଧ ହାର ୭ ନଭେମ୍ବର ୨୦୨୨ ରୁ ଅର୍ଥାତ୍ ଆଜିଠାରୁ କାର୍ଯ୍ୟକାରୀ ହୋଇଛି ।

ତେବେ ଯେଉଁ ଗ୍ରାହକମାନେ ପୂର୍ବରୁ ଲୋନ୍ ନେଇଛନ୍ତି, ସେମାନଙ୍କୁ ମଧ୍ୟ ଏବେ ଅଧିକ ଇଏମଆଇ ଦେବାକୁ ପଡ଼ିବ । ବ୍ୟାଙ୍କ ମାର୍ଜିନାଲ କଷ୍ଟ ଲିଡିଙ୍ଗ ରେଟ୍ ବୃଦ୍ଧି କରିଛି । ଏମସିଏଲଆର ବୃଦ୍ଧି ହେତୁ ସୁଧ ହାର ବୃଦ୍ଧି ପାଇଛି ।

ଏଚଡିଏଫସି ବ୍ୟାଙ୍କ ୱେବସାଇଟ୍ ଅନୁଯାୟୀ, ଗୋଟିଏ ରାତି ପାଇଁ ଲୋନ୍ ଉପରେ ଏମସିଏଲଆରର ଦର ୭.୯୦ ପ୍ରତିଶତରୁ ୮.୨୦ ପ୍ରତିଶତକୁ ବୃଦ୍ଧି ପାଇଛି । ଏଥି ସହିତ ଏକ ମାସର ଲୋନ୍ ହାର ୮.୨୫ ପ୍ରତିଶତରେ ପହଞ୍ଚିଛି । ୩ ରୁ ୬ ମାସର ଲୋନର ସୁଧ ହାର ମଧ୍ୟ ୮.୩୦ ପ୍ରତିଶତରୁ ୮.୪୦ ପ୍ରତିଶତ ହୋଇଛି ।

ସୁଧ ହାର ବଢ଼ିବାରୁ ବ୍ୟକ୍ତିଗତ ଲୋନ୍, ଅଟୋ ଲୋନ୍ ଓ ହୋମ୍ ଲୋନର ଇଏମଆଇରେ ବୃଦ୍ଧି ଘଟିଛି । ଏହା ସହ ଏକ ବର୍ଷର ଅବଧି ଥିବା ଏମସିଏଲଆରର ଦର ମଧ୍ୟ ୮.୫୫ ପ୍ରତିଶତ ବଢ଼ିଯାଇଛି ।

Get real time updates directly on you device, subscribe now.