fbpx

ରିସର୍ଚ୍ଚ ଅନୁସାରେ ଆମେରିକାରେ ପ୍ରସ୍ତୁତ HIV ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ, କିନ୍ତୁ…

ନୂଆଦିଲ୍ଲୀ: ଏଚ୍.ଆଇ.ଭି ଏଡସ୍ ଏପରି ଏକ ରୋଗ, ଯାହାର ଚିକିତ୍ସା ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ । ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଏହି ରୋଗ ସହିତ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି । ତଥାପି କିଛି ମେଡିସିନ୍ ମାଧ୍ୟମରେ ଏହାର ପରବର୍ତ୍ତୀ ପର୍ଯ୍ୟାୟକୁ ମନ୍ଥର କରାଯାଇପାରେ ଏବଂ ସଂକ୍ରମିତ ବ୍ୟକ୍ତିଙ୍କ ବୟସ ବଢ଼ିପାରେ । କିନ୍ତୁ ଆପଣ ଖୁସି ଖବର ଶୁଣିଥିବେ ନିଶ୍ଚିତ ଯେ, ଆମେରିକାରେ ଏଚ୍.ଆଇ.ଭି ଟିକା ପ୍ରସ୍ତୁତ କରାଯାଇଛି । ଏବେ ଖବର ଆସିଛି ଯେ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ।

କିନ୍ତୁ ଏହି ଟିକା ଏଚଆଇଭି ବିରୋଧରେ ସୁରକ୍ଷା ପ୍ରଦାନ କରୁନାହିଁ ଅର୍ଥାତ୍ କାମ କରେ ନାହିଁ । ଯଦି ଏହି ୨ଟି ଜିନିଷକୁ ଏକାଠି ରଖାଯାଏ, ତେବେ ଆମେରିକା କମ୍ପାନୀ ଟିକା ଏଚଆଇଭି ସହ ଲଢ଼ିବା ପାଇଁ ତିଆରି କରିଛି ଓ ଏହା ମଣିଷ ପାଇଁ ସୁରକ୍ଷିତ ମଧ୍ୟ, କିନ୍ତୁ ଏଚଆଇଭିରୁ ବଞ୍ଚାଇବ ନାହିଁ । ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ଏହି ଟିକାକରଣର ଲାଭ କ’ଣ?

NIH କ’ଣ କହିଲା :-
ତେବେ ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH ) ର ଏକ ବୟାନ ଅନୁଯାୟୀ, ଆମେରିକାର ଅନୁସନ୍ଧାନରୁ ଜଣାପଡିଛି ଯେ ଏଚ୍.ଆଇ.ଭି ଟିକା ସୁରକ୍ଷିତ, କିନ୍ତୁ ଏଚ୍.ଆଇ.ଭି. ବିରୋଧରେ ସୁରକ୍ଷା ପ୍ରଦାନ କରିନଥାଏ । ସିନ୍ହୁଆ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ, ଏଚପିଏକ୍ସ୩୦୦୨ / ଏଚଭିଟିଏନ ୭୦୬ କିମ୍ବା ‘ମୋସାଇକୋ’ ନାମକ ଟେଷ୍ଟ ୨୦୧୯ ରେ ଆରମ୍ଭ ହୋଇଥିଲା ଏବଂ ଏଥିରେ ୟୁରୋପ, ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକାରେ ୧୮ ରୁ ୬୦ ବର୍ଷ ବୟସର ୩,୯୦୦ ସ୍ୱେଚ୍ଛାସେବୀ ଏଥିରେ ସାମିଲ ହୋଇଥିଲେ ।

ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଏବଂ ସଂକ୍ରାମକ ରୋଗ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ଏଚ୍.ଆଇ.ଭି ଭ୍ୟାକ୍ସିନ୍ କ୍ଲିନିକାଲ୍ ଟ୍ରାଏଲ୍ ନେଟୱାର୍କ ଦ୍ୱାରା ସିଆଟେଲର ଫ୍ରେଡ୍ ହୁଚିନ୍ସନ୍ କ୍ୟାନ୍ସର ଗବେଷଣା କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା । ଜନସେନଙ୍କ ଦ୍ୱାରା ଏକ ପରୀକ୍ଷାମୂଳକ ଟିକା ପ୍ରସ୍ତୁତ କରାଯାଇଥିଲା । ଏହା ‘ମୋଜେକ୍’ ଇମ୍ୟୁନୋଜେନ୍ସ ଉପରେ ଆଧାରିତ ଥିଲା ।

Get real time updates directly on you device, subscribe now.