fbpx

ବଦଳୁଥିବା ଋତୁରେ କିଡନୀକୁ ଖରାପ କରିପାରନ୍ତି ବ୍ୟାକ୍ଟେରିଆ: ବର୍ତ୍ତିବା ପାଇଁ ଆପଣାନ୍ତୁୁ ଏହି ଉପାୟ

Advertisement

ମୌସୁମୀ ଆସିସାରିଛି ଓ ବଦଳୁଥିବା ଏହି ଋତୁରେ ସବୁଆଡେ ଖରା-ବର୍ଷାର ଖେଳ ଚାଲିଛି । ବର୍ଷା ଯୋଗୁଁ ପ୍ରବଳ ଉତ୍ତାପରୁ ନିଶ୍ଚିତ ଭାବେ ଆରାମ ମିଳିଛି, କିନ୍ତୁ ଏହି ଋତୁରେ ଲୋକଙ୍କ ଇୁମ୍ୟନିଟୀ ସିଷ୍ଟମ ଦୁର୍ବଳ ହୋଇଯାଉଛି । କେବଳ ଏତିକି ନୁହେଁ ବର୍ଷା ଋତୁରେ ସଂକ୍ରମଣ ଏବଂ ଛୋଟ ରୋଗର ଆଶଙ୍କା ବଢ଼ିିଚାଲିଛି । ଏହାର ଖରାପ ପ୍ରଭାବ କିଡନୀ ସ୍ୱାସ୍ଥ୍ୟ ପଡୁଛି । ଯଦି ସମୟ ସମୟରେ ଏହାର ଯତ୍ନ ନିଆନଯାଏ, ତେବେ କିଡନୀ ସମ୍ବନ୍ଧୀୟ ଗୁରୁତର ରୋଗ ହୋଇପାରେ ।

ବର୍ଷା ଋତୁରେ ଏହି ରୋଗ ହେବାର ଆଶଙ୍କା ବଢିଯାଏ :-
ବର୍ଷା ଋତୁରେ ବାହାରେ କିଛି ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । କାରଣ ଯଦି ଆପଣ ଅଜାଣତରେ ମଇଳା ପାଣି କିମ୍ବା ଖରାପ ଖାଦ୍ୟର ସଂସ୍ପର୍ଶରେ ଆସନ୍ତି, ତେବେ କିଡନୀରେ ଆଘାତ ହେବାର ଆଶଙ୍କା ବଢ଼ିଯାଏ । ଯେଉଁ କାରଣରୁ ଏହି ଋତୁରେ ‘ବ୍ୟାକ୍ଟେରିଆ ଇନଫେକ୍ସନ୍ ଲେପ୍ଟୋସ୍ପାଇରୋସିସ୍’ ହେବାର ଆଶଙ୍କା ବଢ଼ିଯାଇଥାଏ । କାରଣ ଏହା କିଡନୀକୁ ସହଜରେ କ୍ଷତି ପହଞ୍ଚାଏ । ଆପଣ ଜାଣନ୍ତି କି, ବର୍ଷାରେ ଡେଙ୍ଗୁ, ଟାଇଫଏଡ୍, ଝାଡ଼ା, ହେପାଟାଇଟିସ୍ ଏ ଏବଂ ହେପାଟାଇଟିସ୍ ବି ହେବାର ଆଶଙ୍କା ଅଧିକ ଥାଏ । କାରଣ ଏହି ସବୁ ରୋଗ କିଡନୀରେ ଅନେକ କ୍ଷତି କରିଥାଏ ।

ବର୍ଷା ଋତୁରେ କିଡନୀ ରୋଗରୁ ଦୂରେଇ ରହିବାକୁ କରନ୍ତୁ ଏହି କାମ :-
କିଡନୀକୁ ସଂପୂର୍ଣ୍ଣ ପରିଷ୍କାର ରଖିବାକୁ କିମ୍ବା ଏହାକୁ ସଂକ୍ରମଣରୁ ରକ୍ଷା କରିବାକୁ ଚାହୁଁଥିଲେ ଅଧିକରୁ ଅଧିକ ପାଣି ପିଅନ୍ତୁ । ପ୍ରଚୁର ପାଣି କିମ୍ବା ଜୁସ୍ ପିଅନ୍ତୁ । ବର୍ଷା ଋତୁରେ ପାଣି ଫୁଟାଇବାକୁ ଚେଷ୍ଟା କରନ୍ତୁ ଏବଂ ଏହାକୁ ଥଣ୍ଡା କରିବା ପରେ ପିଅନ୍ତୁ । ଏହା ବ୍ୟତୀତ ଆପଣ ଫଳ ରସ, ବଟରମିଲ୍କ ଏବଂ ଅନ୍ୟାନ୍ୟ ରସ ପିଇପାରିବେ ।

ଜମିଥିବା ପାଣିରେ ପହଁରିବା ଠାରୁ ଦୂରେଇ ରୁହ :-

ବର୍ଷା ଋତୁରେ ଜମା ହୋଇଥିବା ପାଣିରେ ଗାଧୋଇବା ଠାରୁ ଦୂରେଇ ରୁହନ୍ତୁ । ବାରମ୍ବାର ସାବୁନରେ ହାତ ଧୋଇ ଦିଅନ୍ତୁ । ମଶାଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।

ବର୍ଷାଦିନେ ଖାଦ୍ୟକୁ ସଠିକ୍ ଭାବରେ ରାନ୍ଧନ୍ତୁ, ତା’ପରେ ଏହାକୁ ଖାଆନ୍ତୁ :-

ବର୍ଷା ଋତୁରେ ମଇଳା କିମ୍ବା ଅଳ୍ପ ସମୟ ରନ୍ଧା ହୋଇଥିବା ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । କାରଣ ଯଦି ଆପଣ ସବୁଜ ପନିପରିବାର ଏକ ତରକାରୀ ପ୍ରସ୍ତୁତ କରିଛନ୍ତି ଏବଂ ଯଦି ଏହା ଟିକେ କଞ୍ଚା ରହିଥାଏ, ତେବେ ଏହା ପେଟକୁ ଯାଇ ସଂକ୍ରମଣ ସୃଷ୍ଟି କରିପାରେ । ଏହି କ୍ଷତିକାରକ ଜୀବାଣୁ ଆପଣଙ୍କ ପେଟ ପାଇଁ ଭଲ ନୁହେଁ ।

Get real time updates directly on you device, subscribe now.