ସବୁ ସୀମା ପାର କଲା ସନ୍ଦେହ.. ବିଷ ଦେଇ ସ୍ତ୍ରୀର ଜୀବନ ନେଲା ସ୍ୱାମୀ, ୧୪ ଦିନ ପରେ ମିଳିଲା ମୃତଦେହ
ସନ୍ଦେହ କରି ସ୍ତ୍ରୀକୁ ମାରିଦେଲା ଜହ୍ଲାଦ ସ୍ୱାମୀ
ନୂଆଦିଲ୍ଲୀ: ଦିଲ୍ଲୀର ମହରୋଲୀ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଧୋକା ସନ୍ଦେହରେ ଜଣେ ବ୍ୟକ୍ତି ନିଜ ୩୦ ବର୍ଷର ସ୍ତ୍ରୀକୁ ହତ୍ୟା କରିଛି।
ଏହାପରେ ସାଙ୍ଗମାନଙ୍କ ସହାୟତାରେ ମୃତଦେହକୁ ମଶାଣିରେ ପୋତିଦେଇଛନ୍ତି। ପୋଲିସ ଏହି ଘଟଣାର ଯାଞ୍ଚ କରି ଅଭିଯୁକ୍ତ ସ୍ୱାମୀ ସମେତ ୩ ଜଣଙ୍କୁ ଗିରଫ କରିଛି।
ପୋଲିସ ମୁତାବକ, ମୃତ ମହିଳାଙ୍କ ସାଙ୍ଗ ୧୦ ଅଗଷ୍ଟରେ ଥାନାରେ ଏହି ମହିଳା ନିଖୋଜ ଥିବାର ଅଭିଯୋଗ ଦାଖଲ କରିଥିଲେ। ସିସିଟିଭି ଫୁଟେଜ ଏବଂ ଟେକନିକ ପ୍ରମାଣ ଆଧାରରେ ଜଣାପଡ଼ିଥିଲା ଯେ, ୩୧ ଜୁଲାଇରେ ମହିଳାଙ୍କୁ ତାଙ୍କ ସ୍ୱାମୀ ଶବାବ ଅଲି ନିଜ ସାଙ୍ଗମାନଙ୍କ ସହ କାରରେ ନେଉଥିଲା।
ପଚରାଉଚରାରରେ ଶବାବ ଅଲୀ ମାନିଥିଲେ ଯେ, ୨ ଅଗଷ୍ଟରେ ସ୍ତ୍ରୀକୁ ନୀଦ ଔଷଧ ଏବଂ କୀଟନାଶକ ଔଷଧ ଦେଇ ମରାଯାଇଛି। ଏହାପରେ ସାଙ୍କମାନେ ମିଶି ରାତିଆ ରାତି ମୃତଦେହକୁ ଚନ୍ଦନହୋଲା କବ୍ରିସ୍ତାନରେ ପୋତିଦେଇଥିଲେ। ପୋଲିସ ଏସଡିଏମଙ୍କ ଉପସ୍ଥିତିରେ ୧୫ ଅଗଷ୍ଟରେ ମୃତଦେହକୁ କବ୍ରରୁ ବାହାର କରାଯାଇଥିଲା।