Breaking: IAS ମନୋଜ ସାହୁ CM ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ, ଜାଣନ୍ତୁ ଏହି ବରିଷ୍ଠ ଅଫିସରଙ୍କ ବିଷୟରେ ଅଧିକ

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନୂଆ ବ୍ୟକ୍ତିଗତ ସଚିବ ଜଗତସିଂହପୁରର । ପୂର୍ବରୁ ଥିଲେ ଜୁଏଲ୍ ଓରାମଙ୍କ ବ୍ୟକ୍ତିଗତ ସଚିବ ।

ଭୁବନେଶ୍ୱର: ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ । ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ମନୋଜ ସାହୁଙ୍କୁ ମିଳିଲା ନିଯୁକ୍ତି । ଇଣ୍ଟର କ୍ୟାଡର ଡେପୁଟେସନରେ ଆସିଛନ୍ତି ମନୋଜ ସାହୁ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଅଛନ୍ତି ମନୋଜ ସାହୁ ।

୨୦୦୬ ବ୍ୟାଚ ଆଇଏଏସ୍ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ (ଏଜିଏମୟୁଟି) କ୍ୟାଡର ହେଉଛନ୍ତି ମନୋଜ ।

ଜଗତସିଂହପୁର ବାଲିକୁଦା ବ୍ଲକରେ ମନୋଜଙ୍କ ଘର । ଭୁବନେଶ୍ୱରସ୍ଥିତ ଓୟୁଏଟିରେ ସେ ବିଏସସି ଡିଗ୍ରୀ କରିଛନ୍ତି । ୨୦୨୨ରେ ମନୋଜଙ୍କୁ ଡେପୁଟି ଇଲେକ୍ସନ କମିଶନର ଭାବେ ନିଯୁକ୍ତ କରାଯାଇଥିଲା । ଏ କ୍ଷେତ୍ରରେ ମନୋଜ ଥିଲେ ପ୍ରଥମ ଓଡ଼ିଆ ବରିଷ୍ଠ ଆଇଏଏସ୍ ।

୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ମନୋଜଙ୍କୁ ଜୁଏଲ ଓରାମଙ୍କ ପ୍ରାଇଭେଟ ସେକ୍ରେଟାରି ଭାବେ ନିଯୁକ୍ତ କରାଯାଇଥିଲା । ଏହାବ୍ୟତୀତ ଜଳଶକ୍ତି ମନ୍ତ୍ରଣାଳୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ ରହି କାମ କରିଛନ୍ତି ମନୋଜ ।