fbpx

IBPS Recruitment 2024: ୯୯୯୫ଟି ପଦ ପୂରଣ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟାଙ୍କିଂ ସେକ୍ଟରରେ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (ଆଇବିପିଏସ) ତରଫରୁ ଏକ ନୋଟିଫିକେସନ ପ୍ରକାଶ ପାଇଥିବା ବେଳେ ଅଫିସର ସ୍କେଲ-୧, ସ୍କେଲ-୨, ସ୍କେଲ-୩ ଓ ଅଫିସ ଆସିଷ୍ଟାଣ୍ଟ (ମଲ୍ଟିପର୍ପୋଜ) ପଦ ପୂରଣ ହେବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ଯାଇ ଭଲ ଭାବେ ପଢ଼ି ଅନଲାଇନରେ ଆବେଦନ କରିବାକୁ ଅନୁରୋଧ ।

ଜୁନ୍ ୭ରୁ ଅନଲାଇନ୍ ପଞ୍ଜିକରଣ ଓ ପେମେଣ୍ଟ ଫିସ୍ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ୨୭ ତାରିଖରେ ତାହା ସମାପ୍ତ ହେବ । ପ୍ରି-ଏଗଜାମ ଟ୍ରେନିଂ (ପିଇଟି) ପାଇଁ ପ୍ରାର୍ଥୀମାନେ ଜୁଲାଇ ମାସରେ କଲ ଲେଟର ଡାଉନଲୋଡ୍ କରିପାରିବେ । ଜୁଲାଇ ୨୨ରୁ ୨୭ ପର୍ଯ୍ୟନ୍ତ ପିଇଟି ଅନୁଷ୍ଠିତ ହେବ । ଅଗଷ୍ଟ ମାସରେ ପ୍ରିଲିମିନାରୀ ପରୀକ୍ଷା ହେବ ଓ ଓ ଅଗଷ୍ଟ / ସେପ୍ଟେମ୍ବରରେ ରେଜଲ୍ଟ ଘୋଷିତ ହେବ ।

ସେପ୍ଟେମ୍ବର / ଅକ୍ଟୋବର ମାସରେ ମୁଖ୍ୟ ପରୀକ୍ଷା ହେବ ଓ ଅକ୍ଟୋବରରେ ରେଜଲ୍ଟ ଘୋଷିତ ହେବ । ଅକ୍ଟୋବର / ନଭେମ୍ବରରେ ସାକ୍ଷାତକାର ପାଇଁ ଡକାଯିବ ଓ ନଭେମ୍ବର ମାସରେ ଏହାର ଫଳାଫଳ ପ୍ରକାଶ ପାଇବ । ଆସନ୍ତା ମାସ ଜାନୁଆରୀ ମାସରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି । ଗ୍ରୁପ-ଏ ପଦ ପାଇଁ ବୟସ ଯୋଗ୍ୟତା ୧୮ରୁ ୩୦ ବର୍ଷ ଓ ଓ ଗ୍ରୁପ-ବି ପଦ ପାଇଁ ବୟସ ଯୋଗ୍ୟତା ୧୮ରୁ ୨୮ ବର୍ଷ ରହିଛି । ଚଳିତ ବର୍ଷ ଜୁନ୍ ମାସ ପହିଲା ସୁଦ୍ଧା ବୟସ ଯୋଗ୍ୟତା ହିସାବକୁ ନିଆଯିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଅନ୍ୟ ପଛୁଆ ବର୍ଗ (ଓବିସି), ଦିବ୍ୟାଙ୍ଗ, ଏକ୍ସ-ସର୍ଭିସମେନଙ୍କ ପାଇଁ ନିୟମ ଅନୁସାରେ ବୟସ କୋହଳ କରାଯିବ ।

ଅନଲାଇନ୍ ପଞ୍ଜିକରଣ ଲିଙ୍କ-୧: https://ibpsonline.ibps.in/rrb13oamay24/

ଅନଲାଇନ୍ ପଞ୍ଜିକରଣ ଲିଙ୍କ-୨: https://ibpsonline.ibps.in/rrbxiiimay24/

ନୋଟିଫିକେସନ ଲିଙ୍କ: https://ibps.in/wp-content/uploads/CRP_RRBs_XIII_notification_6.6.24.pdf

Get real time updates directly on you device, subscribe now.