fbpx

ଚଳିତ ଆର୍ଥିକ ବର୍ଷରେ ୭.୪% ରହିବ ଜିଡିପି, ୦.୮୦ ପ୍ରତିଶତ ହ୍ରାସ କଲା IMF

ନୂଆଦିଲ୍ଳୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ୮୦ ବେସିସ୍ ପଏଣ୍ଟ ହ୍ରାସ କରିଛି । ଆଇଏମଏଫ୍ ଆକଳନ କରିଛି ଯେ ଜିଡିପି ୭.୪ ରହିବ । ଏହା ସହ ୨୩-୨୪ ର ଅଭିବୃଦ୍ଧିର ପୂର୍ବାନୁମାନରେ ମଧ୍ୟ ସମାନ ପରିମାଣର ହ୍ରାସ ରେକର୍ଡ କରାଯାଇଛି, ଯାହା ୬.୯ ପ୍ରତିଶତରୁ ୬.୧ ପ୍ରତିଶତକୁ ହ୍ରାସ ପାଇଛି । ଜୁଲାଇ ୨୬ ରେ ୱାର୍ଲ୍ଡ ଇକୋନୋମିକ୍ ଆଉଟଲୁକ୍ ରିପୋର୍ଟର ଏନେଇ କୁହାଯାଇଛି ଏବଂ କୁହାଯାଇଛି ଯେ ବାହ୍ୟ ସ୍ଥିତି ଏବଂ ଦ୍ରୃତ ଭାବରେ ହେଉଥିବା ନୀତିରେ ପରିବର୍ତ୍ତନ ଯୋଗୁଁ ଏଭଳି ହେଉଛି ବୋଲି କୁହାଯାଇଛି ।

ଋଷ ୟୁକ୍ରେନ ଯୁଦ୍ଧ ବିଶ୍ୱ ସ୍ତରରେ ସ୍ତରରେ ମୂଲ୍ୟ ବୃଦ୍ଧି କରି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ଯୋଗାଣରେ ବାଧା ସୃଷ୍ଟି କରିଥିଲା, ଯାହ।।ର ପ୍ରଭାବ ବିଶ୍ୱର ସମସ୍ତ ଅର୍ଥନୀତିରେ ଦେଖିବାକୁ ମିଳିଛି  । ଫଳସ୍ୱରୂପ, ଆମେରିକାର ଫେଡେରାଲ ରିଜର୍ଭ ପରି ବିକଶିତ ଦେଶର ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ମୁଦ୍ରାସ୍ଫୀତି ହ୍ରାସ କରିବା ପାଇଁ ସେମାନଙ୍କର ମୁଦ୍ରା ନୀତିକୁ କଡାକଡି କରିବାକୁ ଲାଗିଲେ। ଏହା ଭାରତୀୟ ମୁଦ୍ରା ଉପରେ ଅଧିକ ଚାପ ସୃଷ୍ଟି କରିଛି, ଯାହା ଗତ ସପ୍ତାହରେ ରେକର୍ଡ ହ୍ରାସ ପାଇଛି ଏବଂ ଗତ ସପ୍ତାହରେ ପ୍ରଥମ ଥର ପାଇଁ ୮୦ ଡଲାର ମାର୍କ ଅତିକ୍ରମ କରିଛି ।

Get real time updates directly on you device, subscribe now.