fbpx

ଓଜନ କମାଇବା ପାଇଁ ଡାଏଟ ପ୍ଲାନରେ ସାମିଲ କରନ୍ତୁ ପନିର, ଜାଣିନିଅନ୍ତୁ କିପରି ଖାଇବେ

Advertisement

ଭୁବନେଶ୍ୱର : ଆଜିକାଲିର ମଣିଷ ଅତ୍ୟଧିକ ତେଲ, ମସଲା ଯୁକ୍ତ ଖାଦ୍ୟ ଏବଂ ଫାଷ୍ଟଫୁଡ ଭଳି ଜିନିଷ ଖାଇ ନିଜ ଓଜନକୁ ବୃଦ୍ଧି କରନ୍ତି । ପରବର୍ତ୍ତୀ ସମୟରେ ସେହି ଓଜନକୁ କମାଇବା ପାଇଁ ଲୋକମାନେ ଡାଏଟର ସାହାଯ୍ୟ ନେଇଥାନ୍ତି । ଲୋକେ ଭାବନ୍ତି ଓଜନ କମାଇବା ସବୁଠାରୁ କଷ୍ଟ କାମ । କିନ୍ତୁ ଆପଣ ଯଦି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବେ ତେବେ ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିବ । ଅନେକ ଲୋକ ଡାଏଟ ମ୍ୟାନେଜ କରିବାର ଉପାୟ ଜାଣି ନଥାନ୍ତି । ଅଳ୍ପ ତେଲ ଯୁକ୍ତ ଖାଦ୍ୟ କିମ୍ବା ଫ୍ରାଏ ଫୁଡ ଖାଇବା ଦ୍ୱାରା ଓଜନରେ କୌଣସି ପ୍ରଭାବ ପଡ଼େ ନାହିଁ ବୋଲି ସେମାନେ ଭାବିଥାନ୍ତି । କିନ୍ତୁ ଏହି ଖାଦ୍ୟ ଓଜନ ଉପରେ ଅଧିକ ପ୍ରଭାବ ପକାଇଥାଏ । ଓଜନ କମାଇବାକୁ ଚାହୁଁଥିଲେ ନିଜ ଡାଏଟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ । କିନ୍ତୁ ଆପଣ ଜାଣିଛନ୍ତି କି ପନିର ଦ୍ୱାରା ଆପଣ ନିଜ ଓଜନ ହ୍ରାସ କରିପାରିବେ ।

ଓଜନ କମାଇବା ପାଇଁ ଫଳ ଏବଂ ସବୁଜ ପନିପରିବା ଅଧିକରୁ ଅଧିକ ଖାଇବା ଉଚିତ, ଏହା ତ ସମସ୍ତେ ଜାଣନ୍ତି । କିନ୍ତୁ ଓଜନ ହ୍ରାସ କରିବାରେ ପନିର ମଧ୍ୟ ସାହାଯ୍ୟ କରିଥାଏ । ଅନେକ ଲୋକ ଭାବନ୍ତି ପନିର ଖାଇବା ଦ୍ୱାରା ଓଜନ ବୃଦ୍ଧିପାଏ, କିନ୍ତୁ ପନିର ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ୧୦୦ ଗ୍ରାମ ପନିରରେ ପାଖାପାଖି ୧୧ ଗ୍ରାମର ପ୍ରୋଟିନ ରହିଛି । ଓଜନ କମାଇବା ପାଇଁ ଚାହୁଁଥିବା ଲୋକମାନେ ନିଜର ଡାଏଟ ଫୁଡରେ ଭରପୁର ମାତ୍ରାରେ ପନିର ସାମିଲ କରିବା ଉଚିତ । ଏଥିରେ କ୍ୟାଲୋରୀ ଏବଂ କାର୍ବୋହାଇଡ୍ରେଟର ମାତ୍ରା କମ ଥାଏ । କିନ୍ତୁ ଯଦି ପନିରକୁ ଫୁଲ ଫ୍ୟାଟ ଯୁକ୍ତ କ୍ଷୀରରେ ପ୍ରସ୍ତୁତ କରାଯାଏ ତେବେ ଏଥିରେ ଅଧିକ କାର୍ବୋହାଇଡ୍ରେଟ ଏବଂ କ୍ୟାଲୋରୀର ମାତ୍ରା ଅଧିକ ଥାଏ । ତେବେ କମ ଫ୍ୟାଟ ଯୁକ୍ତ କ୍ଷୀରରେ ପ୍ରସ୍ତୁତ ହୋଇଥିବା ପନିର ଖାଇବା ଉଚିତ । ଅଧିକ କାର୍ବୋହାଇଡ୍ରେଟ ଏବଂ କ୍ୟାଲୋରୀ ଯୁକ୍ତ ପନିର ଖାଇଲେ ତାହା ଆପଣଙ୍କ ଓଜନକୁ ବୃଦ୍ଧି କରିଥାଏ ।

ପନିରରେ ଭରପୁର ମାତ୍ରାରେ ପୋଷକ ତତ୍ୱ ଏବଂ ମିନରାଲ୍ସ ରହିଛି । କଞ୍ଚା ପନିର ଖାଇବା ଦ୍ୱାରା କ୍ୟାଲସିୟମ, ସେଲନିୟମ ଏବଂ ପୋଟାସିୟମ ଭଳି ତତ୍ୱ ଶରୀରକୁ ମିଳିଥାଏ । ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ଠିକ ରଖିବା ସହ ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଓଜନ କମ କରିବା ପାଇଁ ପନିରକୁ କଞ୍ଚା ଖାଇପାରିବେ । ସାଲାଡରେ ଏହାକୁ ସାମିଲ କରିବା ସହ ସକାଳ ବ୍ରେକଫାଷ୍ଟରେ ମଧ୍ୟ ପନିର ଖାଇପାରିବେ । ତେବେ ଏହାକୁ ଓଜନ କମାଇବା ପାଇଁ ଖାଇବା ପୂର୍ବରୁ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ।

Get real time updates directly on you device, subscribe now.